ପିଡ଼ିତା ପରିବାକୁ ଝିଅର ଚିକିତ୍ସା ପାଇଁ ଦଶ ହଜାର ଟଙ୍କା ସାହାଯ୍ୟର ହାତ ବଢ଼େଇଲେ ବାଲିଗୁଡା ତହସିଲଦାର

ପିଡ଼ିତା ପରିବାକୁ ଝିଅର ଚିକିତ୍ସା ପାଇଁ ଦଶ ହଜାର ଟଙ୍କା ସାହାଯ୍ୟର ହାତ ବଢ଼େଇଲେ ବାଲିଗୁଡା ତହସିଲଦାର ଡ.ବିଜୟ କୁମାର ସେଠି। କନ୍ଧମାଳ ଜିଲ୍ଲା ବାଲିଗୁଡା ଅନ୍ତର୍ଗତ ବାରଖମା ଗ୍ରାମର ହାଡ଼ି ସାହି ନିବାସୀ ଦିସାରା ନାୟକଙ୍କ ବାଇଶି ବର୍ଷୀୟ ଝିଅ ରଶ୍ମି ପ୍ରିୟା ନାୟକ ତିନିମାସ ତଳେ ହଠାତ ଅସୁସ୍ଥ ହୋଇ ଯିବାରୁ ତାଙ୍କୁ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା, ସେଠି ମଧ୍ୟ କୌଣସି ସଫଳ ନମିଳିବାରୁ ତାଙ୍କୁ ଘର କୁ ଫେରାଇ ଆଣିଥିଲେ । ଦିସାରା ନାୟକ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ପ୍ରତି ପୋଷଣ ରେ ବିଶେଷ ଅସୁବିଧା ରେ ଗତି କରୁଥିବା ସମୟରେ ଅର୍ଥ ବାଧକ ସାଜିଲା, ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଖରେ ଅଛି ସତ ହେଲେ ଭୁବନେଶ୍ୱର ବଡ଼ ଡାକ୍ତରଖାନା କୁ ଝିଅ ରଶ୍ମି ପ୍ରିୟା କୁ ଚିକିତ୍ସା ପାଇଁ ନେବାକୁ ହାତରେ କାଣୀ କଉଡ଼ି ଟିଏ ନାହିଁ। ଭାଗ୍ୟ କୁ ଆଦରି ରହି ଥିବା ମଧ୍ୟରେ ହଟାତ୍ ମନକୁ ଅନ୍ଧବିଶ୍ୱାସ ମାଡିଆସିଲା ଝିଅକୁ କେହି ଗୁଣି କରି ଦେଇଛନ୍ତି ଭାବି ଦିସା ନାୟକ ଖଟ ଦେବତା, ଗୁଣିଆ କୁ ଡାକି ଗାଁ ରେ ପୂଜା ପାଠ କରୁଥିବା ସମୟରେ ବାଲିଗୁଡା ପୋଲିସ ବାରଖମା ଫାଣ୍ଡି ଅଧିକାରୀ ସୂଚନା ପାଇ ଘଟଣା ସ୍ଥଳରେ ପହଂଚିଥିଲେ। ଏହି ଘଟଣା ଜିଲ୍ଲା ରେ ପ୍ରଘଟ ହେବା ପରେ ବାଲିଗୁଡା ପୋଲିସ ବରିଷ୍ଠ ଅଧିକାରୀ ଙ୍କ ନେତୃତ୍ୱ ରେ ଗ୍ରାମରେ ଗୁଣି ଗାରେଡି ଅନ୍ଧବିଶ୍ୱାସ ରୁ ଦୁରେଇ ରହିବା ଉଦ୍ଦେଶ୍ୟ ରେ ସଚେତନତା କରାଯାଇଥିଲା, ଏପଟେ ଝିଅ ରଶ୍ମି ପ୍ରିୟା ଦିନକୁ ଦିନ ଅସୁସ୍ଥ ହେଉ ଥିବା ଦେଖି ବାରଖମା ସମାଜ ସେବି, ପରମାନନ୍ଦ ନାୟକ ଜାଣି ପାରି ଆଗକୁ ବାହାରି ଥିଲେ, ରେଡକ୍ରସ ର ସାହାଯ୍ୟ ନିମନ୍ତେ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇ ଥିଲେ ଓ ତହସିଲଦାର ଡ଼. ବିଜୟ କୁମାର ସେଠି ଏବଂ ବାରଖମା ଆରଆଇ କାର୍ତ୍ତିକ ବେହେରା ଙ୍କୁ ଜରୁରୀ କାଳୀନ ପାଣ୍ଟି ରୁ ସାହାଯ୍ୟ କରିବା ପାଇ ଅନୁରୋଧ କରିଥିଲେ, ବାଲିଗୁଡା ତହସିଲଦାର ପରିସ୍ଥିତି କୁ ଗୁରୁତର ସହ ନେଇ ଉକ୍ତ ପରିବାର କୁ ଆଜି -ଦଶହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସାହାଯ୍ୟ ପାଇ ଦିସାରା ନାୟକ ଅସୁସ୍ଥ ଥିବା ଝିଅ କୁ ଭୁବନେଶ୍ୱର ବଡ଼ ଡାକ୍ତରଖାନା କୁ ଚିକିତ୍ସା ପାଇଁ ନେଇଛନ୍ତି । ତହସିଲଦାର ଙ୍କ ଏଭଳି ସହୃଦୟ ସାହାଯ୍ୟ ମନ ଭାବ ଦେଖି ଆଜି ବୁଦ୍ଧି ଜୀବି ମହଲ ଓ ଅଞ୍ଚଳ ବାସି ପ୍ରଶଂସା କରିଛନ୍ତି ।

ଭବାନୀ ଶଙ୍କର ଜେନା reporter

Leave a Reply

Your email address will not be published. Required fields are marked *