କେନ୍ଦ୍ରାଞ୍ଚଳ ଆରଡିସି ଙ୍କ ଜଗନ୍ନାଥ ଷ୍ଟାଡିୟମ ପରିଦର୍ଶନ

ପୁରୀ ୧୭/୧୦ ଆଜି ପୂର୍ବାହ୍ନରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ ପୁରୀ ଜଗନ୍ନାଥ ଷ୍ଟାଡିୟମ ପରିଦର୍ଶନ କରିଥିଲେ।ଡଃ ଦଳାଇ ଙ୍କ ସହ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ରହି ଷ୍ଟାଡିୟମ ସହ ବହୁମୁଖୀ କ୍ରିଡାହଲ,ସନ୍ତରଣାଗାର, ରୋଷେଇଶାଳା, ଭୋଜନ କେନ୍ଦ୍ର ବା ଡାଇନିଂ ହଲ ଶୌଚାଳୟ ଇତ୍ୟାଦି ପରିଦର୍ଶନ କରି ଖୁସି ବ୍ୟକ୍ତ କରିଥିଲେ।ଏହା ସୁନ୍ଦର ଭାବେ ବର୍ତ୍ତମାନ ପରିଚାଳିତ ହେଉଛି।ତେବେ ପରବର୍ତ୍ତୀ ସମୟରେ ଏହି ସମସ୍ତ ବ୍ୟବସ୍ଥା ଅନୁରୂପ ଭାବେ ପରିଚାଳନା କରିବାକୁ କେନ୍ଦ୍ରାଞ୍ଚଳ ଆୟୁକ୍ତ ଶ୍ରୀ ଦଳାଇ ପରାମର୍ଶ ଦେଇଥିଲେ।ପରେ କ୍ରୀଡା ଛାତ୍ରାବାସର ଅନ୍ତେବାସୀ ମାନଙ୍କ ସହ ଆୟୁକ୍ତ ବାର୍ତ୍ତାଳାପ କରି ଭଲମନ୍ଦ ସମ୍ପର୍କରେ ପଚାରି ବୁଝିଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ ଏହି ପରିଦର୍ଶନ ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *