ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଆନନ୍ଦ ମଣ୍ଡପ ଠାରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିର ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ବ୍ଳକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ ଆନନ୍ଦ ରଞ୍ଜନ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମହାନ୍ତି ପ୍ରମୁଖ ଯୋଗ ଦେଇ 874 ଜଣ ନିର୍ମାଣ ଶ୍ରମିକ ଯୋଜନା ରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ । ତେବେ ଏହି ଯୋଜନାରେ ତିନି କୋଟି 87 ଲକ୍ଷ ଟଙ୍କା ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ବଣ୍ଟନ କରାଯାଇ ଥିବା ବେଳେ ରାଜ୍ୟ ସରକାର ନିର୍ମାଣ ଶ୍ରମିକ ଙ୍କ କରିଥିବା ଏହି ଯୋଜନା ସଠିକ ଭାବରେ କାର୍ଯ୍ୟକାରୀ ହୋଇ ପାରିଛି ବୋଲି ଅତିଥି ମାନେ କହିଛନ୍ତି ।
ଜଗତସିଂହପୁର ରିତା ସାହୁ reporter