ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମରେ କଳସ ଶୋଭାଯାତ୍ରା

କୋଣାର୍କରେ ନେହେରୁ ଯୁବ କେନ୍ଦ୍ର ପୁରୀ ପକ୍ଷରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ରେ କଳସ ଶୋଭାଯାତ୍ରା ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋଣାର୍କ ସ୍ଥିତ ବସନ୍ତି ମଞ୍ଜରୀ ପାଠାଗାର,ଫ୍ରେଣ୍ଡ୍ସ କ୍ଳବ ସହଯୋଗରେ ଶତାଧିକ ଯୁବକ ଯୁବତୀ ଛାତ୍ରଛାତ୍ରୀ ଯୋଗ ଦେଇ କୋଣାର୍କ ସୂର୍ଯ୍ୟ ମନ୍ଦିର ସମୂଖରୁ ଏକ ଶୋଭାଯାତ୍ରାରେ ବାହାରି କୋଣାର୍କ ବଜାର ପରିକ୍ରମା କରି ଯାତ୍ରୀ ନିବାସ ପରିସରରେ ଉଦଯାପିତ ହୋଇଯାଇଛି। ଆଖପାଖ ଦୁଇଟି ପଞ୍ଚାୟତ ରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ରେ ଘରୁ ଘରୁ ମାଟି ସଂଗ୍ରହ କରାଯାଇଛି। ମୂଖ୍ୟ ଅତିଥି ନେହେରୁ ଯୁବ କେନ୍ଦ୍ର ସଂଯୋଜକ, ଫ୍ରେଣ୍ଡ୍ସ କ୍ଳବର ସଭାପତି ଓ ବସନ୍ତି ମଞ୍ଜୁରୀର ସଭାପତି ଯୋଗଦେଇ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ସହ ଗାଁ ପଞ୍ଚାୟତ ରୁ ଦେବାଳୟ,ଶହିଦୀ ଜବାନଙ୍କ ଅଗଣାର ମାଟି, ପ୍ରତେକ ଲୋକମାନଙ୍କ ତୁଳସୀ ଚଉରାରୁ ମାଟି ସ°ଗ୍ରହ କରି ପ୍ରଥମେ ବ୍ଳକ ପରେ ଜିଲ୍ଲା ଓ ରାଜ୍ୟ ପରେ ଦିଲ୍ଲୀରେ ପହଂଚିବା ପରେ ଦିଲ୍ଲୀ ଠାରେ ନିର୍ମାଣ ହେବାକୁ ଥିବା ଅମୃତ ବାଟିକା ଠାରେ ପବିତ୍ର ମାଟି ସହିଦ୍ ସ୍ମାରକ ଉଦ୍ଦେଶ୍ୟରେ ଲଗାଯିବ। ଉଦଯାପିତ ଉତ୍ସବରେ ଅତିଥି ପୋଷ୍ଟାଲ ଅଧିକାରୀ ଅଜୟ ସ୍ବାଇଁ , ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଜୟଶଙ୍କର ଯୋଶୀ, ବସନ୍ତି ମଞ୍ଜୁରୀ ପାଠାଗାର ର ସମ୍ପାଦକ ରାମକୃଷ୍ଣ ମହାନ୍ତି, ସୋଲାର ସମ୍ପାଦକ ହରିସ୍ଚନ୍ଦ୍ର ଦାସ ସାମାଜିକ କର୍ମୀ ନିରଞ୍ଜନ ତ୍ରିପାଠୀ ଉପସ୍ଥିତ ଥିଲେ। ଏହି ଅବସରରେ ଦୁଇ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀ ଙ୍କୁ ସମ୍ମାନିତ କରାଯାଇଥିଲା।

Gyana biswal reporter

Leave a Reply

Your email address will not be published. Required fields are marked *