ସଂସ୍କୁତି ବିଭାଗ ପକ୍ଷରୁ ଉତ୍କଳରତ୍ନ ବାରିଷ୍ଟର ବିଶ୍ୱନାଥ ମିଶ୍ରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର -ତା.୧୮.୧୦.୨୦୨୩- ଉତ୍କଳରତ୍ନ ବାରିଷ୍ଟର ବିଶ୍ୱନାଥ ମିଶ୍ରଙ୍କ ୧୪୫ତମ ଜୟନ୍ତୀ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୁତି ବିଭାଗ ଆନୁକୁଲ୍ୟରେ ସ୍ଵତନ୍ତ୍ର କର୍ତ୍ତବ୍ଯରତ ଅଧିକାରୀ ଲକ୍ଷ୍ମିଧର ବେହେରାଙ୍କ ସଂଯୋଜନାରେ ଆଜି ପ୍ରତ୍ୟୁଷରେ ରାଜଭବନ ସମ୍ମୁଖସ୍ଥ ପ୍ରତିମୁର୍ତ୍ତିସ୍ଥଳିରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡ଼ଃ ରଙ୍ଗାଧର ସାହୁ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ ,ଗିରିଜାଶଙ୍କର ମହାପାତ୍ର, ନରେନ୍ ସାହୁ, ଅଶ୍ଵିନୀ ପଟନାୟକ, ସବିତା ଦଲାଇ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନିଜ ବକ୍ତବ୍ଯରେ ତାଙ୍କ ଗୁଣାବଳୀର ସ୍ମୃତିଚାରଣ କରିଥିଲେ । ରାଜ୍ୟ ଅଭିଲେଖାଗାରର ଅଧିକ୍ଷକ ଡ଼ଃ ସୋଲେମାନ୍ ଅଲ୍ଲୀ ଧନ୍ୟଵାଦ ଅର୍ପଣ କରିଥିଲେ।