ପାଲେଷ୍ଟାଇନ ଉପରେ ଇସ୍ରାଇଲର ନୃଶଂସ ଆକ୍ରମଣ ବନ୍ଦ କରିବା ଦାବୀରେ ବ୍ରହ୍ମପୁରରେ ପ୍ରତିବାଦ,”ଯୁଦ୍ଧ ନୁହେଁ ଶାନ୍ତି”

ବ୍ରହ୍ମପୁର – ଆଜି “କମିଟି ଫର ପିସ’, ବ୍ରହ୍ମପୁର ପକ୍ଷରୁ ପୁରୁଣା ବସ ଷ୍ଟାଣ୍ଡଠାରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ବକ୍ତାମାନେ ଯୁଦ୍ଧ ନୁହେଁ ଶାନ୍ତି ହିଁ ମାନବ ସଭ୍ୟତାର ପ୍ରଗତିର ମାଧ୍ୟମ ବୋଲି ଉଲ୍ଲେଖ କରିଥିଲ।ସନ୍ତ୍ରାଶବାଦି କାର୍ଯ୍ୟକ୍ରମ କୌଣସି ସମସ୍ୟାର ସମାଧାନର ମାଧ୍ୟମ ନୁହେଁ ବରଂ ସମସ୍ୟାକୁ ଜଟିଳ କରିଥାଏ।ଏହାକୁ ବିଶ୍ୱବାସୀ ପ୍ରତ୍ୟାଖ୍ୟାନ କରିବା ପାଇଁ ଆହ୍ୱାନ କରିଥିଲେ।ସେହିଭଳି ପାଲେଷ୍ଟାଇନ ଉପରେ ଇସ୍ରାଇଲର ଅମାନବୀୟ ଆକ୍ରମଣ ଓ ମାନବିକ ଅଧିକାର ଉଲଂଘନକୁ ଦୃଢ଼ ନିନ୍ଦା କରିଥିଲେ। ପାଳେଷ୍ଟାଇନ ବାସୀଙ୍କୁ ତାଙ୍କ ଜନ୍ମ ଭୂମିରୁ ଉଛେଦ କରିବା ପାଇଁ ଚାଲିଥିବା ସାମ୍ରାଜ୍ୟବାଦୀ ଚକ୍ରାନ୍ତ ବନ୍ଦ କରିବା ପାଇଁ ଦାବୀ କରିଥିଲେ।ଜାତିସଂଘର ପ୍ରସ୍ତାବ ଅନୁଯାୟୀ ପାଲେଷ୍ଟାଇନକୁ ସ୍ୱତନ୍ତ୍ର ଓ ସ୍ୱାଧୀନ ରାଷ୍ଟ୍ରର ଅଧିକାର ଦେବାପାଇଁ ଦାବୀ କରାଯାଇଥିଲା।
ଅତିଶୀଘ୍ର ଗାଜା ଓ ପାଲେଷ୍ଟାଇନରେ ଉପରେ ଆକ୍ରମଣ ବନ୍ଦ କରି ମାନବୀୟ ସହାୟତା ଯୋଗାଇଦେବାକୁ ବ୍ୟବସ୍ଥା କରିବାକୁ ବିଶ୍ୱବାସୀ ଚାପ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ।ଭାରତ ସରକାର ଯୁଦ୍ଧ ବନ୍ଦ ଓ ମାନବୀୟ ସହାୟତା ଯୋଗାଇଦେବାକୁ ଉଦ୍ୟମ କରିବା ଅତ୍ୟନ୍ତ ଜରୁରୀ ବୋଲି ଦାବୀ କରିଥିଲେ।
ଏଥିରେ ଯୁଧିଷ୍ଠିର ବେହେରା, ପ୍ରକାଶ ପାତ୍ର, ଭାଲ ଚନ୍ଦ୍ର ଷଡଙ୍ଗୀ, ସୋମନାଥ ବେହେରା, ଆଦିତ୍ୟ ରଥ, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ବାବୁଲା ନାୟକ,ପ୍ରଦୀପ ସେଠି, କାମଦେବ ନାହାକ, ସୁବାଷ ରାଉତ, ପ୍ରତାପ ପ୍ରଧାନ, ପ୍ରମୁଖ ଅଂଶ ଗ୍ରହଣ ନେତୃତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *