ଚିକିତ୍ସାରେ ଅର୍ଥ ସାଜିଛି ବାଧକ,ମେଧାବୀ ଛାତ୍ରୀର ଭବିଷ୍ୟତ ଅନ୍ଧାର।

ଭଦ୍ରକ,ତିହିଡି:-୨୪/୭- କମ ବୟସରେ ଅଜଣା ରୋଗରେ ଯନ୍ତ୍ରଣାରେ ଛଟ ପଟ ହେଉଛନ୍ତି ଘରର ଏକ ମାତ୍ର ଝିଅ ରାଜଲକ୍ଷ୍ମୀ ସାହୁ। ଆଉ ଝିଅର ଏ ଅବସ୍ଥା ଦେଖି କୋହକୁ ସମ୍ବାଳି ପାରୁନାହାନ୍ତି ବାପା, ମା । ଅଠର ବର୍ଷର ଝିଅକୁ ମାଡିବସିଛି ଏକ ଅଜଣା ରୋଗ। ଚିକିତ୍ସାରେ ଅନେକ ଟଙ୍କା ଖର୍ଚ୍ଚ କରିସାରିଲେଣି। କିନ୍ତୁ କିଛି ସୁଫଳ ପାଇପାରୁନାହାନ୍ତି। ଭଲ ହୋଇପାରୁନାହିଁ ଝିଅ। କେନ୍ଦ୍ର ତଥା ରାଜ୍ୟ ସରକାର ଗରିବ ଳୋକଙ୍କ ପାଇଁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ କିନ୍ତୁ ସେ ସବୁ ଯୋଜନାରେ ଲାଭ ପାଇପାରୁନାହାନ୍ତି ଅନେକ ଗରିବ ଶ୍ରେଣୀର ଲୋକେ। ଫଳରେ ଆବଶ୍ୟକୀୟ ଅର୍ଥ ଅଭାବରୁ ଚିକିତ୍ସା ଓ ଔଷଧ କିଣିବା ପାଇଁ ପଇସାଟିଏ ନପାଇ ଜୀବନ ମୃତ୍ୟୁ ସହ ସଂଗ୍ରାମ କରି ଚାଲିଛନ୍ତି ଅନେକ ଗରିବ ଶ୍ରେଣୀର ଲୋକ। ଏମିତି ହିଁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ କୁବେରା ପଞ୍ଚାୟତ ଶରତ ସାହୁଙ୍କ ପରିବାରରେ। ଚାଷ କରି ଯାହା କିଛି ଆୟ କରୁଥିଲେ ସେଥିରେ ପରିବାର ଚଲାଇବା ସଙ୍ଗେ ସଙ୍ଗେ ନିଜ ଛୋଟ ଝିଅର ଜୀବନ ବଞ୍ଚାଇବା ପାଇଁ ଯାହା କିଛି ଟଙ୍କା ରୋଜଗାର କରି ରଖିଥିଲେ। ସବୁ ଝିଅର ଚିକିତ୍ସା ନିମନ୍ତେ ଖର୍ଚ୍ଚ କରିସାରିଲେଣି। କିନ୍ତୁ ଏକ ମାତ୍ର ଅଠର ବର୍ଷର ଝିଅ ଅଜଣା ରୋଗରେ ପଡି ରହି ଯନ୍ତ୍ରଣାରେ ଜୀବନ ବିତାଉଥିଲେ ମଧ୍ୟ ସରକାରୀ ଯୋଜନା ତାଙ୍କ ପାଇଁ ସାତ ସପନ ପାଲଟିଛି, ନିଜ ସମ୍ପର୍କୀୟ ଯାହା କିଛି ଅର୍ଥ ଯୋଗାଡ କରିଥିଲେ ସେଥିରେ ସେ ବହୁ କଷ୍ଟରେ ଘରୋଇ ବା କଟକ ବଡ ଡାକ୍ତରଖାନାରେ ଚିକିତ୍ସା କରାଇ ଡାକ୍ତରଙ୍କ ପରାମର୍ଶରେ ଶରୀରରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ମଧ୍ୟ କରାଇଥିଲେ, କିନ୍ତୁ ଅର୍ଥାଭବାରୁ ଚିକିତ୍ସା କରି ନପାରି ଘରେ ପଡି ରହିଥିବା ଦେଖିବାକୁ ମିଳିଚ୍ଛି, କିନ୍ତୁ ଉନ୍ନତମାନର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, କୁବେରା ଗ୍ରାମର ଶରତ ସାହୁ ଚାଷ କରି ଯାହାକିଛି ରୋଜଗାର କରନ୍ତି, ସେଥିରେ ତାଙ୍କର ସ୍ତ୍ରୀ ଓ ଏକମାତ୍ର ଝିଅ ରାଜଲକ୍ଷ୍ମୀ କଷ୍ଟେ ମଷ୍ଟେ ଚଳନ୍ତି, ଏହପରି ଅବସ୍ଥାରେ ତାଙ୍କର ଝିଅର ଜୀବନ ରକ୍ଷା ପାଇଁ ଲାଗିପଡିଛନ୍ତି ବାପା ମା। ଏବଂ ଆହୁରି ଉନ୍ନତମାନର ଚିକିତ୍ସା କରାଇବା ନିମନ୍ତେ ନିବେଦନ କରିଛନ୍ତି ରାଜଲକ୍ଷ୍ମୀର ବାପା ଶରତ ସାହୁ ଓ ମା ସୁବାସିନୀ ସାହୁ।

Leave a Reply

Your email address will not be published. Required fields are marked *