ଶ୍ରୀକୃଷ୍ଣ ଏକାଡେ଼ମୀ ର ପ୍ଲାଟିନମ ଜୁବିଲି ପାଳନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ

ଜଗତସିଂହପୁର ସ୍ଥିତ ଶ୍ରୀକୃଷ୍ଣ ଏକାଡେ଼ମୀ ର ପ୍ଲାଟିନମ ଜୁବିଲି ପାଳନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ପ୍ଲାଟିନମ ଜୁବୁଲି କମିଟି ର ସଭାପତି ଡ଼ ଅଭୟ ନାୟକଙ୍କ ସଭାପତିତ୍ବ ଆୟୋଜିତ ଏହି ସମ୍ମିଳନୀରେ ବିପ୍ଳବ ଚୌଧୁରୀ, ଦୀପ୍ତି ଦାସ, ପିନାକୀ ମହାନ୍ତି, ରାଇ ଚରଣ ତ୍ରିପାଠୀ, ପ୍ରଣବ ଦେ, ପ୍ରଶାନ୍ତ ମଲ୍ଲିକ, ଆଶିଷ ମାଣିଆ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଆସନ୍ତା ମାସ ନଭେମ୍ବର ମାସ 25, 26 ଓ 27 ତାରିଖ ତିନି ଦିନ ଧରି ଶ୍ରୀକୃଷ୍ଣ ଏକାଡେ଼ମୀ ର ପ୍ଲାଟିନମ ଜୁବୁଲି ମହାସମାରୋହରେ ପାଳନ କରାଯିବା କୁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ତିନି ଦିନ କାର୍ଯ୍ୟକ୍ରମ ରେ ବହୁ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗଦେବା ସହିତ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହା ସହିତ ବିଦ୍ୟାଳୟ ର ମୁଖପାତ୍ର “ଅଳକା” ର ଏକ ସ୍ଵତନ୍ତ୍ର ସଂସ୍କରଣ ପ୍ରକାଶ ପାଇବ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ଅତିଥିମାନେ କହିଛନ୍ତି ।
Rita sahoo Jagatsinghpur reporter