ବାରବାଟୀ ଷ୍ଟାଡିୟମରେ ବ୍ଲକ ସ୍ତରୀୟ କ୍ରୀଡା ଅନୁଷ୍ଠିତ

ଚାରିଛକ :- ୨୦/୧୦ ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡା ବ୍ଲକ ନିମାପଡା ସ୍ଥିତ ବାରବାଟୀ ଷ୍ଟାଡିୟମରେ ବ୍ଲକ ସ୍ତରୀୟ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡ଼ାରେ ଚାରିଛକ ରେ ଗଢ଼ି ଉଠିଥିବା ଟ୍ରାକ ଆଣ୍ଡ ଫିଲ୍ଡ ର ପିଲା ମାନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ୧୭ବର୍ଷ ରୁ କମ ବୟସ ର ଛାତ୍ର ସୁରଜ ପ୍ରଧାନ ୪୦୦/୮୦୦/୧୫୦୦ ଦୌଡ଼ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ,୧୭ବର୍ଷ ରୁ କମ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ରେ +୨ ପ୍ରଥମ ବର୍ଷୀୟ ଛାତ୍ରୀ ରାନୀ ପ୍ରଧାନ ଚମ୍ପିୟାନ ହୋଇଛନ୍ତି । ସେ ୧୦୦ ମିଟର ଦୌଡ଼ ରେ ୨୦୦ ମିଟର ଦୌଡ଼ରେ ୪୦୦ ମିଟର ଦୌଡ଼ରେ ୮୦୦ ମିଟର ଦୌଡ଼ ଓ ୧୫୦୦ ମିଟର ଦୌଡ଼ ରେ ରାନୀ ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ,ସରିତା ପ୍ରଧାନ , ସୁମିତ୍ରା ପ୍ରଧାନ ,ଜ୍ୟୋତି ମଲ୍ଲିକ ,ପ୍ରଭୁତି ବିଜୟିନୀ ହୋଇଥିଲେ । ସଫଳତା ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନେ ଟ୍ରାକ ଆଣ୍ଡ ଫିଲ୍ଡ ର କୋଚ କଳିଙ୍ଗ ପ୍ରସାଦ ନାୟକ ଙ୍କୁ ଧନ୍ୟବାଦ ଦେଇଥିଲେ । ଚାରି ଛକ ଅଞ୍ଚଳ ରେ ଏତେ ପ୍ରତିଭା ଥାଇ ମଧ୍ୟ ଏ ଅଞ୍ଚଳ ରେ ଭଲ ଖେଳ ପଡିଆ ଟିଏ ନାହିଁ ।ଯଦି ଏ ଅଞ୍ଚଳ ରେ ଭଲ ଖେଳ ପଡିଆ ଟିଏ ହୁଅନ୍ତା ତାହାଲେ ଏ ଅଞ୍ଚଳ ରୁ ବହୁ ଖେଳାଳି ରାଜ୍ୟ ସ୍ଥରରେ ଯାଇ ଖେଳି ପାରନ୍ତେ ବୋଲି କୋଚ କଳିଙ୍ଗ ପ୍ରସାଦ ନାୟକ ପ୍ରକାଶ କରିଛନ୍ତି ।

ନିମାପଡ଼ା ଶିଶିର କୁମାର ସ୍ବାଇଁ reporter

Leave a Reply

Your email address will not be published. Required fields are marked *