ଧାରୁଆ ମାରଣାସ୍ତ୍ରରେ ମହିଳାଙ୍କୁ ପିଟି ପିଟି ହତ୍ୟା।

ଭଦ୍ରକ -୨୪/୭:- କୁରାଢ଼ୀ ସାହାଯ୍ୟରେ ଅତି ନୃଶଂସ ଭାବେ ମହିଳାଙ୍କ ମୁଣ୍ଡକୁ ଛେଚି ହତ୍ୟା ।ଗ୍ରାମାଞ୍ଚଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଦୈନିକ ଗଡୁଛି ଗୋଟେ ପରେ ଗୋଟେ ମୁଣ୍ଡ। ଉଜୁଡ଼ି ଯାଉଛି ପରିବାର,ଉଭେଇ ଯାଉଛି କଅଁଳା ଛୁଆଙ୍କର ଭବିଷ୍ୟତ। ପୋଡ଼ି ଜଳି ଛାର ଖାର ହେଉଛି ସଂସାର। ହୁ ହୁ ହୋଇ ମସାଣିରେ ଜଳୁଛି ଜୁଇ। କେତେବେଳେ ମାଆର ତ କେତେବେଳେ ବାପାର, ଆଉ କେତେବେଳେ ତାଙ୍କର ଜନ୍ମିତ ପିଲାର। କଣ ହୋଇପାରେ ଏଭଳି ଓଡ଼ିଶାରେ ବଢ଼ି ଚାଲିଥିବା ଘରୋଇ ହିଂସାର ମାମଲା? କଣ କହିବେ ବୁଦ୍ଧିଜୀବୀ?ବଢ଼ି ଚାଲିଛି ଘରୋଇ ହିଂସା। କଣ କାରଣ ହୋଇପାରେ? ମଦ ପିଇବା ଏକ ମୁଖ୍ୟ କାରଣ ନୁହେଁ ତ ? ରାତିରେ କଣ ହୋଇଥିଲା ଝଗଡ଼ା ? କଣ ପାଇଁ ସ୍ତ୍ରୀ ମୁଣ୍ଡକୁ କୁରାଢ଼ିରେ ପିଟି ମାରିଦେଲା ସ୍ୱାମୀ ? ଚାଲିଛି ପୋଲିସର ଛାନଭିନ୍। ୨ ପୁଅ ତ ବାହାରେ କାମ କରନ୍ତି। ଘରେ କେବଳ ସ୍ୱାମୀ ସ୍ତ୍ରୀ। କଣ ପାଇଁ ଲାଗିଥିଲେ ଝଗଡ଼ା ? ପରକୀୟା ପ୍ରୀତି କଥାଟା ମିଛ ନୁଁହେତ ! ମଦ କାହିଁକି ନୁହେଁ ! ଏମିତି ଯେତେ ପ୍ରଶ୍ନ ଲୋକଙ୍କୁ ଆନ୍ଦୋଳିତ କରୁଥୁଲେ ବି ଚାଲିଗଲା ଏକ ମହିଳାଙ୍କ ଜୀବନ। ଭଦ୍ରକ ଜିଲ୍ଲାର ଭଦ୍ରକ ଗ୍ରାମାଞ୍ଚଳ ଥାନା କାଉପୁର ଏଡ଼ାଦେଇ ଗାଁ ରେ ରାତିରେ ଘଟି ଯାଇଛି ଏଭଳି ଅଭାବନୀୟ ଘଟଣା। ସରକାର କେବେ କିଛି ଚିନ୍ତା କରିବେ। କାହିଁକି ଏଭଳି ସବୁ ଘଟଣା ଓଡ଼ିଶାର ପୁରପଲ୍ଲୀରେ ବଢୁଛି, କଣ ହୋଇପାରେ ଏହାର ସମାଧାନର ବାଟ ? କେତେ ଜୀବନ ଗଲେ ଆଉ ବୁଝିବେ ସରକାର ?ଏଡ଼ାଦେଇ ଗାଁ ରେ ଘରେ ସ୍ତ୍ରୀ ର ମୃତଦେହ ଉଦ୍ଧାର କରି ପୋଲିସ ତଦନ୍ତ କରୁଛି । ସ୍ତ୍ରୀ ମୁଣ୍ଡ କୁ କୁରାଢ଼ିରେ ପିଟି ମାରିଦେଇଛି । ଧାରୁଆ ମାରଣାସ୍ତ୍ରରେ ମହିଳାଙ୍କୁ ପିଟି ପିଟି ହତ୍ୟା, କୁରାଢ଼ୀ ସାହାଯ୍ୟରେ ଅତି ନୃଶଂସ ଭାବେ ମହିଳାଙ୍କ ମୁଣ୍ଡକୁ ଛେଚି ହତ୍ୟା । ପରକିୟା ପ୍ରୀତି ସନ୍ଦେହରେ ସ୍ୱାମୀ ଏଭଳି ଅମାନୁଷିକ ଭାବେ ସ୍ତ୍ରୀକୁ ମାରିଥିବା ସନ୍ଦେହ କରାଯାଉଛି ।ଭଦ୍ରକ ଗ୍ରାମାଞ୍ଚଳ ଥାନା କାଉପୁର ପଞ୍ଚାୟତ ଏଡାଦେଇ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଗ୍ରାମାଞ୍ଚଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *