ଓଡ଼ିଆ କଳାକାରଙ୍କ ସ୍ଵର (OKS)ପ୍ରେସ୍ ବିଜ୍ଞପ୍ତି।

ଭୁବନେଶ୍ୱର -୨୪/୭ -ଓଡ଼ିଆ କଳାକାରଙ୍କ ସ୍ବର ପରିବାର ପକ୍ଷରୁ ଏକ ରକ୍ତଦାନ ଶିବିର ଓ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଉତ୍କଳ ସାମ୍ବାଦିକ ସଂଘଠାରେ ଅନୁଷ୍ଠିତ ହୋଇଯାଇଛି। ଚଳଚ୍ଚିତ୍ର ଓ ଧାରାବାହିକ ରେ ଅଭିନୟ କରୁଥିବା ୪୦ ଜନରୁ ଉର୍ଦ୍ଧ୍ବ ଅଭିନେତା ଓ ଅଭିନେତ୍ରୀ ତଥା ଟେକ୍ନିସିଆନ ମାନେ ‘ରକ୍ତ ଦାନ ଜୀବନ ଦାନ’କୁ ଆଧାର କରି ରକ୍ତ ଦାନ କରିଥିଲେ ପ୍ରଯୋଜକ ଶ୍ରୀଯୁକ୍ତ ଶ୍ରୀଧର ମାର୍ଥୀ କଳାକାର ମାନଙ୍କ ଭବିଷ୍ୟତର ସୁରକ୍ଷା ନିମନ୍ତେ କିଛି କଳାକାର ଓ ଟେକ୍ନିସିଆନମାନଙ୍କୁ ବୀମା ପତ୍ର ବଣ୍ଟନକରିଥିଲେ । ଏହା ସହ କଳାକାର ମାନଙ୍କ କୃତି ଓ କୀର୍ତିକୁ ଉଜ୍ଜୀବିତ ରଖିବା ପାଇଁ ପ୍ରତ୍ୟେକ ବର୍ଷ ୨୪ ଜୁଲାଇକୁ କଳାକାର ଦିବସ ପାଳନ କରିବା ପାଇଁ ଏହିକାର୍ଯ୍ୟକ୍ରମରେ କଳାକାରମାନେ ଶପଥ ନେଇଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥୀ ଭାବେ ବରିଷ୍ଠ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ,ପ୍ରଯୋଜକ ଓ ସାମ୍ବାଦିକ ମାନେ ଯୋଗଦେଇ ‘ଓଡ଼ିଆ କଳାକାରଙ୍କ ସ୍ବର ପରିବାରର ଏହି କାର୍ଯ୍ୟକୁ ଭୂୟସୀପ୍ରସଂଶା କରିଥିଲେ । ସମ୍ମାନୀୟ ଅତିଥୀ ମାନେ ହେଲେ, ଶ୍ରୀମତୀ ପୁଷ୍ପା ପଣ୍ଡା, ଶ୍ରୀମତୀ ଅନୁ ଚୌଧୁରୀ,ଶ୍ରୀଯୁକ୍ତ ବିଜୟ କାଣ୍ଡାଇ, ଶ୍ରୀଯୁକ୍ତ ହରିଶ ମହାନ୍ତି, ଶ୍ରୀଯୁକ୍ତ ରାଇମୋହନ ପରିଡା, ଶ୍ରୀଯୁକ୍ତ ଦଇତାରୀ ପଣ୍ଡା,ଶ୍ରୀଯୁକ୍ତ ପରାଗ ପଟ୍ଟନାୟକ, ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ, ଶ୍ରୀଯୁକ୍ତ ପ୍ରଣବ ଦାସ, ଶ୍ରୀଯୁକ୍ତ ଶ୍ରୀଧର ମାର୍ଥା,ଶ୍ରୀଯୁକ୍ତ ଧିରେନ୍ଦ୍ର ମଲ୍ଲିକ, ଶ୍ରୀଯୁକ୍ତ ଅନିରୁଧ ରାଉତରାୟ (ଏସିପି), ଶ୍ରୀଯୁକ୍ତ ପୃଥୀରାଜ ନାୟକ,ଶ୍ରୀଯୁକ୍ତ ପ୍ରଶାନ୍ତ ପାଢୀ, ଶ୍ରୀଯୁକ୍ତ ଦେବୁ ପଟ୍ଟନାୟକ, ଶ୍ରୀଯୁକ୍ତ କେଦାର ମିଶ୍ର, ଶ୍ରୀଯୁକ୍ତ କୁନା ତ୍ରିପାଠୀ,ଶ୍ରୀଯୁକ୍ତ ମୁନା ଖାଁ, ଶ୍ରୀଯୁକ୍ତ ଶ୍ରୀଉମ ଦାସ ଓ ଶ୍ରୀଯୁକ୍ତ ବିରେନ ମିଶ୍ର । ଏହି କାର୍ଯ୍ୟକ୍ରମକୁଓଡ଼ିଆ କଳାକାରଙ୍କ ସ୍ବର” ପରିଚାଳନାକମିଟିର ସଦସ୍ୟ ଏବଂ ସଦସ୍ୟ ଯଥା-ବୁଲୁ ପଣ୍ଡା, ଶ୍ରୀଧର ମାର୍ଥା,ବିଦୁସ୍ମିତା ମନ୍ତ୍ରୀ, ରାକେଶ ଧଳ, ବରଦା ପ୍ରସନ୍ନ ପାତ୍ର , ଅମର ମହାପାତ୍ର, ମାନେ ସୁଚାରୁରୂପେ ତୁଲାଇଥିଲେ ।ଏହି କାର୍ଯ୍ୟକ୍ରମରେ ସେମାନଙ୍କୁ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *