ଏମଏଲଏ କଲୋନୀ ବ୍ୟବସାୟୀ ସଙ୍ଘର ଗଜଲକ୍ଷ୍ମୀ ପୂଜା

ଭୁବନେଶ୍ୱର, ଆଜି ପବିତ୍ର କୁମାର ପୂର୍ଣମୀ ତଥା ମା ଗଜଲକ୍ଷ୍ମୀ ପୂଜା ଅବସରରେ ଇୟୁନିଟ 4 ସ୍ଥିତ ଏମଏଲଏ (ବିଧାୟକ )କଲୋନୀ ବ୍ୟବସାୟୀ ସଙ୍ଘତରଫରୁ ପ୍ରତିବର୍ଷ ଭଳି ଏ ବର୍ଷ ଗଜଲକ୍ଷ୍ମୀ ପୂଜା କରାଯାଇଅଛି। ଏଥିପାଇଁ ସକାଳୁ ସଙ୍ଘର କର୍ମ କର୍ତ୍ତା ମାନେ ଘଟ କଳସ ପାଣି ଆଣିବା ପାଇଁ ବିନ୍ଦୁସାଗର ପୋଖରୀ ଯାଇଥିଲେ । ଆଜି ମଧ୍ୟ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଦିନ 3ଘଟିକା ସୁଦ୍ଧା ମାଙ୍କ ପୂଜା ସାରିବା ପାଇଁ ଶୁଭ ତିଥି ଥିବାବେଳେ ପରମ୍ପରା ଓ ରୀତି ନୀତି ଅନୁଯାୟୀ ପୂଜା ସମ୍ପନ୍ନ ହୋଇଛି ଓ ଭକ୍ତ ମାନେ ମାଙ୍କ ଦର୍ଶନ କରିଛନ୍ତି ବୋଲି ସଙ୍ଘ ତରଫରୁ କୁହାଯାଇଛି.ଆମ କୁ ସବୁ ବ୍ୟବସାୟୀ ମାନେ, ଏମଏଲଏ ମାନେ ଓ 36 ନଂ ୱାର୍ଡ କର୍ପୋରେଟର ଅଲିଅଳି ମଲିକ ସହଯୋଗ କରିଛନ୍ତି, ସବୁଦିନ ପ୍ରସାଦ ସେବନ କାର୍ଯ୍ୟକ୍ରମ ଲୋକମାନଙ୍କ ପାଇଁ ବ୍ୟବସ୍ଥା କରିଛୁ, ଭଜନ, ଡାନ୍ସ, ଗୀତ ଇତ୍ୟାଦିର ସାଂସ୍କୃତିକ କାର୍ଯ୍ୟକ୍ରମ ରଖିଛୁ ବୋଲି ସୂଚନା ଦେଇଛନ୍ତି ପୂଜା କମିଟିର ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ଦାସ.ଆମ ସଂଘରେ 62 ଜଣ ବ୍ୟବସାୟୀ ଭାଇ ମାନେ ମିଶି ପୂଜା କରିଛୁ, ହଜାରେ ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଛି, ଗ୍ରହଣ ସପ୍ତାହ ପରେ ବିସର୍ଜନ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବ୍ୟବସାୟୀ ସଙ୍ଘର ବରିଷ୍ଠ ସଦସ୍ୟ ଦେବେନ୍ଦ୍ର ନାଥ ଧଳ ।
ରିପୋର୍ଟ ବିଜୟ ନନ୍ଦ .