ଟିଟିଲାଗଡ଼ ରେ ପଥ ଉତ୍ସବ

ଭୋଟ୍ ଦେବା ଗଣତନ୍ତ୍ର କୁ ସୁଦୃଢ଼ କରିବା ଟିଟିଲାଗଡ଼ : ୨୮/୧୦ ଆଜି ଟିଟିଲାଗଡ଼ ରେ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢ଼ୀ ଙ୍କ ନେତୃତ୍ବରେ ପଥ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସହରର ସମସ୍ତ ନାଗରିକଙ୍କୁ କିଭଳି ଭୋଟ୍ ଦେବା ଏବଂ ଗଣତନ୍ତ୍ର କୁ ସୁଦୃଢ଼ କରିବାର ବାର୍ତ୍ତା ଉପସ୍ଥାପନ କରିଥିଲେ । ନୁଆଁ ଭୋଟର୍ ତାଲିକା ରେ ନିଜ ନାମ ପଞ୍ଜିକୃତ କରିବା ନିଶ୍ଵାର୍ଥ ଭୋଟ୍ ଦେବା , ନିଜ ମନ ପସନ୍ଦର ପାର୍ଥି ଙ୍କୁ ଚୟନ କରିବା କାହାଠାରୁ ଟଙ୍କା କିମ୍ବା ମଦ ମାଂସ ଭଳି ଲାଳସା ରୁ ଦୁରେଇ ରହିବା ଭୋଟର୍ ତାଲିକା ରେ କୌଣସି ତୃଟି ଥିଲେ ତାହାର ସନ୍ସୋଧନ କରିବା ଭଳି ବିଭିନ୍ନ ବିଷୟରେ ଲୋକଙ୍କୁ ସଚେତନା କରାଇଥିଲେ । ଟିଟିଲାଗଡ଼ ଡ଼ିଏଭି କଲେଜ ଖେଳ ପଡିଆ ଠାରୁ ସମସ୍ତ କଲେଜର ଛାତ୍ରଛାତ୍ରୀ ଙ୍କୁ ନେଇ ସହରର ସମସ୍ତ ରାସ୍ତା ରେ ପରିକ୍ରମା କରିଥିଲେ ଏବଂ ଗୋପବନ୍ଧୁ ପାର୍କ ଠାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ସମସ୍ତ ସ୍କୁଲ କଲେଜ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ହୋଇଥିଲା ଏବଂ ଯେଉଁ ମାନେ ଉତିର୍ନ ସେମାନଙ୍କୁ ପୁରସ୍କାର ଦେଇ ଉତ୍ସାହିତ କରିଥିଲେ । ଏଥିରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢ଼ୀ ଙ୍କ ସମେତ ଟିଟିଲାଗଡ଼ ବିଡ଼ିଓ ତଥା ଦାୟିତ୍ବ ରେ ଥିବା ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ ରଣା , ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀ , ତଥା ଟିଟିଲାଗଡ଼ ଉପଖଣ୍ଡ ସମସ୍ତ ବିଡ଼ିଓ ତହସିଲଦାର , ଟିଟିଲାଗଡ଼ ପୋଲିସ୍ ବାହିନୀ ଶତାଧିଖ ଛାତ୍ର ଛାତ୍ରୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *