ଯାଜପୁରରେ ଗଠନ ହେଲା ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ସଂଘ।

ଆଜି ନୂତନ ଭାବରେ ଯାଜପୁରରେ ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ସଂଘ ଗଠନ କରାଗଲା। ପ୍ରଥମେ ଗତ ଦୁଇଦିନ ତଳେ ସାମ୍ବାଦିକଙ୍କୁ ହେଇଥିବା କେନ୍ଦ୍ରାପଡ଼ାରେ ଆକ୍ରମଣକୁ ସଂଘ ତରଫରୁ ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ସଂଘର ସଭାପତି ଶ୍ରୀ ଅମୂଲ୍ୟ କୁମାର ଜେନା ଏହାକୁ ଘୋର ବିରୋଧ କରିଥିଲେ ଓ ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ସଂଘ ଓ ଯାଜପୁର ଜିଲ୍ଲା ସଂଘ ଶାଖାର ସଭାପତି ଶ୍ରୀ ଦିବାକର ଲେଙ୍କା ମତ ରଖିଥିଲେ। ଯାଜପୁରଜିଲ୍ଲାରେ କିପରି ଆହୁରି ମଜବୁତ ହେବ ସେ ବିଷୟରେ ଆଜି ଆଲୋଚନା ହୋଇଥିଲା। ଆଜି ମୁଖ୍ୟ ଅତିଥି ମାନଙ୍କ ମଧ୍ୟ୍ୟରେ ଥିଲେ ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ସଂଘର ସଭାପତି ଅମୂଲ୍ୟ କୁମାର ଜେନା, ଶ୍ରୀ ଜିତେନ୍ଦ୍ର କୁମାର ରାଉତରାୟ ରାଜ୍ୟ ସାଙ୍ଗଠନିକ ସଭାପତି ରାଜେଶ ଧଳ ସାମନ୍ତ, ରାଜ୍ୟ ଉପସଭାପତି ଓଡିଶା ୱେବ ଆଣ୍ଡ ଡିଜିଟାଲ ସଂଘର ବିବେକାନନ୍ଦ ରାୟ, ଏଡିଟର ସୁଯ୍ୟସ୍ତ ନିୟୁଜ ଶ୍ରୀମତୀ ପ୍ରଣତି ଲେଙ୍କା ଜିଲ୍ଲାପରିଷଦ ସଭ୍ୟା ଜୋନ ନଂ ୧୨।

Leave a Reply

Your email address will not be published. Required fields are marked *