ନବଘନ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆସର ଅନୁଷ୍ଠିତ

କାକଟପୁର,୨୭.୧୦- ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ଓଥକା ପଞ୍ଚାୟତ ନରଣପୁର ଗ୍ରାମରେ ନବଘନ ସାସମଲ ସାହିତ୍ୟ ସଂସଦ ଓ ବିଶ୍ଵନାଥ ମହିଳା ସଂଘ ମିଳିତ ଆନୁକୁଲ୍ୟରେ ଶୁକ୍ରବାର ଦିନ ତମାମ ରାଜ୍ୟ ସ୍ତରୀୟ ସାହିତ୍ୟ ଆସର ଓ ସମ୍ବର୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି। ସଂସଦର ସମ୍ପାଦକ ହୃଦାନନ୍ଦ ସାସମଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଶତାଧିକ କବି କବୟିତ୍ରୀ ଓ ସାହିତ୍ୟିକ ମାନେ ଯୋଗଦେଇ କବିତା ପାଠ କରିଥିଲେ। ଏହି ଅବସରରେ ସଂସଦ ପକ୍ଷରୁ ୪୦ଜଣ ସାମ୍ବାଦିକ, ସମାଜସେବୀ, କବି ଓ କବୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥି ଭାବେ ବ୍ୟଙ୍ଗକବି ସମ୍ପଦ ରଥ, ସାହିତ୍ୟିକ ପ୍ରଭାତ କୁମାର ତରାଇ, ଶଶଧର ପଣ୍ଡା, ସୁକୁମାର ସାମଲ, ଭାସ୍କର ଚନ୍ଦ୍ର ଜେନା, ଦୀପ୍ତି କୁମାରୀ ମହାନ୍ତି, ଲାଳିତେନ୍ଦୁ ପଲୌରି, ଗଙ୍ଗାଧର ଓଝା, ସୁବାସ ପ୍ରଧାନ, ମଙ୍ଗରାଜ ବିଶ୍ବାଳ, ପ୍ରବୀଣ ସୁବୁଦ୍ଧି, କଳ୍ପନା ବିଶ୍ବାଳ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସାମ୍ବାଦିକତା ନିମନ୍ତେ ଦୁଃଶାସନ ନାୟକ, ଆଦିତ୍ୟ ରାଉତ, ଆର୍ତ୍ତତ୍ରାଣ ମହାନ୍ତି, ଦେବେନ୍ଦ୍, ଆର୍ଯ୍ୟ, ଲୋକନାଥ ଓ ନିରଞ୍ଜନ କାଣ୍ଡିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏଥି ସହ କବୟିତ୍ରୀ ପ୍ରତିଭା ବଳ, କାଜଲ ନାୟକ, ସସ୍ମିତା ଗ୍ରହଚାର୍ୟ୍ଯ, ସୁନନ୍ଦା ରାଉତଙ୍କ ସମେତ ୪୦ରୁ ଉର୍ଦ୍ଧ୍ବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *