ଭୋଟ ତାଲିକାଭୁକ୍ତ କରିବା ଉଦେଶ୍ୟର ସଚେତନ ପାଇଁ “ପଥ ଉତ୍ସବ ଓ ୱାକଥନ” କାର୍ଯ୍ୟକ୍ରମ ଅନୁଷ୍ଠିତ ।

-ମୂଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶ ପ୍ରକାରେ ରାଜ୍ୟରେ 18 ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଜନସାଧାରଣ ନିଜର ଭୋଟର ତାଲିକାଭୁକ୍ତ କରିବା ନିମନ୍ତେ ଏକ ସଚେତନ “ପଥ ଉତ୍ସବ ଓ ୱାକଥାନ “କାର୍ଯ୍ୟକ୍ରମ ସଭା ବାଲିଗୁଡ଼ା ସହରର ତ୍ରିବେଦୀ ପାର୍କ ନିକଟରେ ଅନୁଷ୍ଠିତ ହେଇଛି । ଉପଖଣ୍ଡ ଲୋକ ସୂଚନା ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲl ଙ୍କ ନେତୃତ୍ୱରେ ସହରର ବସ୍ ଷ୍ଟାଣ୍ଡ ନିକଟସ୍ଥ “ବାଲିଗୁଡ଼ା ସେଲ୍ଫି ଜୋନ” ଠାରୁ ତ୍ରିବେଦୀ ପାର୍କ ପର୍ଯ୍ୟନ୍ତ ଏକ ପଦଯାତ୍ରାକୁ ରାଲିକୁ ଉପଜିଲ୍ଲାପାଳ ପତାକା ଉଡ଼ାଇ ଉଦଘାଟନ କରିଥିଲେ । ପରେ ତ୍ରିବେଦୀ ପାର୍କ ନିକଟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଏମ ଏସ ମଧୁମିତା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ଯକ୍ରମ କୁ ଶୁଭ ଉଦଘାଟନ କରିଥିଲେ l ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିବା ସହିତ ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳରେ ଥିବା ବିଭିନ୍ନ କଳା ସଂଗଠନ ଅଂଶ ଗ୍ରହଣ କରିଥିଲା l ଜିଲ୍ଲା ର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର ପକ୍ଷରୁ ଅନୁଷ୍ଠାନ ର ସଂପାଦକ ତଥା ନାଟ୍ୟକାର ପ୍ରମୋଦ ଦଣ୍ଡସେନା ଙ୍କ ରଚିତ ଓ ନିର୍ଦ୍ଦେଶିତ ପଥପ୍ରାନ୍ତ ନାଟକ ଆମ ଅଧିକାର ମଞ୍ଚସ୍ଥ ହୋଇଥିଲା l ଭୋଟର ସଚେତନତା ପର୍ଯ୍ୟବେସିତ ନାଟକ ରେ ମଞ୍ଚ କଳାକାର ଟିକି ଦଣ୍ଡିଆ ପ୍ରଶାନ୍ତ ସାହୁ ଦିଲ୍ଲିପ ନାୟକ ଗୁଣ୍ଡିଚା ପୂଜାରୀ ଚରଣ ବିନ୍ଧାଣୀ ଜଗନ୍ନାଥ ବିଷୋୟୀ ଶ୍ରୀକାନ୍ତ ମଲିକ କ୍ଷୀରୋଦ ଦଣ୍ଡସେନା ଙ୍କ ନିଖୁଣ ଅଭିନୟ ଉପସ୍ଥିତ ଦର୍ଶକ ଙ୍କୁ ବିମୋହିତ କରିଥିଲା l ବାଲିଗୁଡା ଅଞ୍ଚଳ ର ବହୁ କଳାକାର ଓ ଛାତ୍ର ଛାତ୍ରୀଙ୍କୁ ନେଇ ଝୋଟି ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l କୃତତ୍ୱ କରିଥିବା ପ୍ରତିଯୋଗୀଙ୍କୁ ଉପଖଣ୍ଡ ପ୍ରକଳ୍ପ ଯୋଜନା ଉନ୍ନୟନ ଅଧିକାରୀ ଓ ଉପଜିଲ୍ଲାପାଳ ଦ୍ଵାରା ପୁରସ୍କୃତ କରାଯାଇଥିଲା ।ଶେଷରେ ଅତିରିକ୍ତ ଉପଜିଲ୍ଲାପାଳ ରୂପକ କୁଜୁର ଏହି କାର୍ଯ୍ୟକ୍ରମର ବିବରଣୀ ପାଠ ଓ ଉପସ୍ଥିତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
Bhabani Shankar jena reporter