ତିହିଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ।

ତିହିଡି:- ୨୫/୦୭: ତିହିଡି ଯୁବମଞ୍ଚ ପକ୍ଷରୁ ସ୍ଥାନୀୟ ତିହିଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବିଦ୍ୟାଳୟର ପରିବେଶକୁ ସରସ ସୁନ୍ଦର କରିବା ପାଇଁ ସ୍କୁଲ ଉଦ୍ୟାନରେ ସଂଗଠନ ପକ୍ଷରୁ ବିଭିନ୍ନ ପ୍ରକାର ଫୁଲଗଛ ରୋପଣ କରାଯାଇଥିଲା। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବ କିଶୋର ଦାସଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି କୈଳାସ ବେହେରା, ସଂପାଦକ ଅନିଲ ନାୟକ, ସୋସିଆଲ ମିଡିଆ ସଂଯୋଜକ ନିରଞ୍ଜନ ବାରିକ, ସଂସ୍କୃତିକ ସଂଯୋଜକ ନୀଳମାଧବ ସେନାପତି, ସଦସ୍ୟ ସୁମନ ଦିକ୍ଷିତ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *