ସୁଧବାରିମୂଳ ଗ୍ରାମରେ କୁଆରୀ ଝିଅ ଙ୍କ କଣ୍ଢେଇ ବିବାହ ରେ ବାଲ୍ୟବିବାହ ସଚେତନତା

ଚାରିଛକ :- ୨୯/୧୦ ସାରା ରାଜ୍ୟରେ ବାଲ୍ୟ ବିବାହ ଉପରେ ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ଅଭିଯାନ ଚାଲିଥିଲା ବେଳେ ପୁରୀ ଯିଲ ଚାରିଛକ ଥାନା ଅନ୍ତର୍ଗତ ତୁଳସୀପୁର ପଞ୍ଚାୟତ ସୁଧବାରିମୂଳ ଗ୍ରାମର କୁମାର ଝିଅ ମାନେ କଣ୍ଢେଇ ବିବାହ ମାଧମରେ ବାଲ୍ୟ ବିବାହ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ କରିଥିଲେ ଏହି କାର୍ଯ୍ୟକ୍ରମ ରେ ରାଜ୍ୟରେ କେତେକ ସ୍ଥାନରେ ନା ବାଳକ ବାଳିକା ମାନଙ୍କୁ ବିବାହ କରୁଛନ୍ତି ବୋଲି କଣ୍ଢେଇ ବିବାହ ଜରିଆରେ ସୂଚାଇ ଅଞ୍ଚଳକୁ ଏକ ମହତ୍ତ୍ୱପୂର୍ଣ୍ଣ ବାର୍ତା ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ବର ଭାବେ ଖୁସି ଦାସ ଓ କନ୍ୟା ଭାବେ ଲିଜିନା ଦାସ ମଧ୍ୟରେ ଏକ କଣ୍ଢେଇ ବିବାହ ଅନୁଷ୍ଠିତ ହୋଇଥିଲା । ଗ୍ରାମର ଆୟୋଜନ କରିଥିବା କୁଆରୀ ଝିଅ ମାନେ ପ୍ରକାଶ କରିଥିଲେ ।ଏଥିରେ ଗ୍ରାମର ସୁଭସ୍ମିତା ବେହେରା ,ଜୋସ୍ନାରଣୀ ସାହୁ ,ମନସ୍ୱିନୀ ସାହୁ ,ବିଶ୍ୱ ରୁପା ସାହୁ ,ଦିବ୍ୟଜ୍ୟୋତି ବେହେରା ,ସୁଭଲଷ୍ମୀ ବେହେରା ,ଲକି ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏପରି ଏକ ମହତ୍ତ୍ୱପୂର୍ଣ୍ଣ ସଚେତନତା କାର୍ଯ୍ୟକ୍ରମ ସୁଧବାରି ମୂଳଗ୍ରାମର ଝିଅ ପିଲା କରିଥିଭାରୁ ଅଞ୍ଚଳରେ ବୁଦ୍ଧିଜୀବୀ ମହଲରେ ଧନ୍ୟବାଦ ଦେବା ସହ ପ୍ରଶଂସା କରିଥିଲେ ।