ଜିଲ୍ଲା ସ୍ତରୀୟ ବିଶ୍ୱ ମିତବ୍ୟୟତା ଦିବସ ପାଳିତ

।ପୁରୀ ୩୦/୧୦ ଆଜି ପୂର୍ବାହ୍ନରେ ବିଶ୍ୱ ମିତବ୍ୟୟତା ଦିବସ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ସ୍ୱଳ୍ପ ସଞ୍ଚୟ କାର୍ଯ୍ୟାଳୟ ପକ୍ଷରୁ ଏକ ସଚେତନତା ରଥର ଉଦଘାଟନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର ପତାକା ଦେଖାଇ ଏହାକୁ ଉଦଘାଟନ କରିବା ସହ ସ୍ୱଳ୍ପ ସଞ୍ଚୟ ସମସ୍ତଙ୍କ ଜୀବନରେ ଖୁସି ଆଣିଥାଏ ବୋଲି କହିଥିଲେ। ପିଲା ବେଳୁ ସ୍ୱଳ୍ପ ସଞ୍ଚୟ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ପ୍ରତ୍ୟେକ ପରିବାର ଯତ୍ନ ବାନ ହେବା ଉଚିତ।ବିନ୍ଦୁ ବିନ୍ଦୁ ରୁ ସିନ୍ଧୁ ହେଲା ଭଳି ଛୋଟ ଛୋଟ ସଞ୍ଚୟ ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ ନିର୍ମାଣ, କ୍ୟାରିଅର ଗଠନ ଇତ୍ୟାଦି ପାଇଁ ବିଶେଷ ଉପଯୋଗୀ ହୋଇଥାଏ।ତେଣୁ ସ୍ୱଳ୍ପ ସଂଚୟ ପ୍ରତି ସମସ୍ତେ ଗୁରୁତ୍ୱ ଦେବା ସହ ମିତବ୍ୟୟତା ଅବଲମ୍ବନ କରିବାକୁ ସେ ଆହ୍ୱାନ ଦେଇଥିଲେ। ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିଭୂତି ଭୂଷଣ ନାୟକ ସ୍ୱଳ୍ପ ସଞ୍ଚୟ ପ୍ରତ୍ୟେକ ମଣିଷ ପାଇଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା ହୋଇ ଥିବାରୁ ଏହାକୁ ଅଧିକ ଲୋକାଭିମୁଖୀ ଓ ଅଭିଯାନରେ ପରିଣତ କରିବାକୁ ଏହି ସଞ୍ଚୟ ରଥ ସଚେତନତା ଲକ୍ଷ୍ୟ ରେ ଜିଲ୍ଲା ପରିକ୍ରମା କରିବା ର ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ।ଏହି ଉଦଘାଟନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସ୍ୱଳ୍ପ ସଞ୍ଚୟ ବିଭାଗର ଏଜେଣ୍ଟ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *