ଭଞ୍ଜନଗର ପୋଲିସ ପକ୍ଷରୁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ

ଭଞ୍ଜନଗର ପୋଲିସ ପକ୍ଷରୁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ ଭଞ୍ଜନଗର ପୁଲିସ ତରଫରୁ ଆଜି ଥାନା ପରିସରରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ କରାଯାଇଛି।ଏହି ଅଵସରରେ ପୁଲିସ ଥାନାରେ ଅଖଣ୍ଡତା ପ୍ରତିଶ୍ରୁତି ପାଳନ କରିଛି। ଦେଶରେ ଦୁର୍ନୀତିକୁ ପ୍ରଶ୍ରୟ ନଦେବା ପାଇଁ ସମସ୍ତ ପୁଲିସ କର୍ମଚାରୀ ଶପଥ ପାଠ କରିଥିଲେ। ନିଜ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତ ମୁଳକ ସାଧୁତା ବଜାୟ ରଖିବା, ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବା, ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନର ଶାସନକୁ ଅନୁପାଳନ କରିବା,ଉତ୍କୋଚ ନନେବା,ସମସ୍ତ ଦାୟିତ୍ୱ କୁ ସାଧୁତା ଏବଂ ସ୍ବଚ୍ଛତା ର ସହ ସମ୍ପାଦନ କରିବାକୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ଵାମିତ୍ର ହରପାଲ ସମସ୍ତଙ୍କୁ ଶପଥ କରାଇଥିଲେ।ଏଥିରେ ଭଞ୍ଜନଗର ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।ରିପୋର୍ଟ -ଶିବ ଶଙ୍କର ପ୍ରଧାନ

Leave a Reply

Your email address will not be published. Required fields are marked *