ଦୁର୍ନୀତି ନିବାରଣ ସଚ଼େତନତା ସପ୍ତାହ

ଆସିକା ୩୦/୧୦: ଭାରତ ତଥା ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପ୍ରାୟୋଜିତ କାର୍ଯ୍ୟକ୍ରମ ଦୁର୍ନୀତି ନିବାରଣ ସଚ଼େତନତା ସପ୍ତାହ ଶପଥ ପାଠ କାର୍ଯ୍ୟକ୍ରମ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ସଂପାଦିତ ହୋଇଯାଇଛି। ଅଧ୍ୟକ୍ଷ ଡ଼. ଜୀବାନନ୍ଦ ତ୍ରିପାଠୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ଦୁର୍ନୀତି ନିବାରଣ ତଥା ମୂଳତ୍ପାଟନ ନିମନ୍ତେ ଶପଥ ପାଠ କରାଇଛନ୍ତି। ଅଧ୍ୟକ୍ଷ ସମସ୍ତଙ୍କୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଅବଲମ୍ବନ ତଥା ଆଇନର ଶାସନକୁ ଅନୁପାଳନ କରିବା, ଉତ୍କୋଚ ନେବା ନାହିଁ କିମ୍ବା ଦେବା ନାହିଁ, ଜନ ସାଧାରଣଙ୍କ ହିତ ସାଧନା ପାଇଁ କାମ କରିବା, ନିଜ ନିଜର ବ୍ୟକ୍ତିଗତ ଆଚ଼ରଣରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖିବା, ସମସ୍ତ ଦାୟିତ୍ବକୁ ସାଧୁତା ଏବଂ ସ୍ବଚ୍ଛତାର ସହ ସଂପାଦନ କରିବା, ଦୁ୍ର୍ନୀତି ସମ୍ପର୍କିତ ଯେ କୌଣସି ଘଟଣାବଳୀକୁ ଉପଯୁକ୍ତ କତ୍ତୃପକ୍ଷଙ୍କୁ ଅବଗତ କରାଇବା ଆଦି ସଂପର୍କିତ ଆହ୍ବାନ ମାଧ୍ୟମରେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ପ୍ରଶାସନିକ ଅଧିକାରୀ ତଥା ସମର ଶିକ୍ଷାର୍ଥୀ ବାହୀନିର ମେଜର ଡ. ଶଙ୍କର ପ୍ରସାଦ ଅଧିକାରୀ, ଯୁବ ରେଡକ୍ରସର ଉପଦେଷ୍ଟା ରାଜେଶ କୁମାର ସାହୁ ଏବଂ ଅଜିତ କୁମାର ମୁନୀ, ଜାତୀୟ ସେବା ଯୋଜନା ଅଧିକାରୀ ପବିତ୍ର ଧଙ୍ଗଡାମାଝୀ ଏବଂ ଦୟାନିଧି ବଡ଼ରଇତ ଏବଂ ଅଧ୍ୟାପିକା ପଦ୍ମାବତୀ ମଲ୍ଲିକ ଉପସ୍ଥିତ ଥିଲେ।

Ranjit Kumar raout reporter

Leave a Reply

Your email address will not be published. Required fields are marked *