ଶାନ୍ତି ଶକ୍ତି ଭବନ ତରଫରୁ ହାତିଓଟ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ବସ୍ତ୍ରଦାନ

ଶାନ୍ତି ଶକ୍ତି ଭବନ ତରଫରୁ ହାତିଓଟ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ବସ୍ତ୍ରଦାନ l ଆସିକା:-୩୧/୧୦/୨୩ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଆସିକା ସେବା କେନ୍ଦ୍ର ତରଫରୁ ହାତୀଓଟ ବୃଦ୍ଧାଶ୍ରମ ରେ ସମସ୍ତ ଅନ୍ତେବାସୀ ଓ କର୍ମକର୍ତ୍ତାଙ୍କୁ ବସ୍ତ୍ରଦାନ କରାଯାଇଥିଲା l ହାତୀଓଟ ସରପଞ୍ଚ ସୁଶାନ୍ତ ସାହୁଙ୍କ ପୌରୋହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ସମସ୍ତ୍ ଅନ୍ତେବାସୀଙ୍କୁ ସହଜ ରାଜଯୋଗ ଅଭ୍ୟାସ କରାଇଥିଲେ l ପରମାତ୍ମା ଶିବ ପିତାଙ୍କ ସ୍ମୃତିରେ ପ୍ରତ୍ୟେକ ମୁହୂର୍ତ୍ତକୁ ଅନ୍ତିମ ଘଡି ମନେକରି ଖୁସି ଓ ଉଲ୍ଲାସରେ ସମୟ ବିତାଇବା ପାଇଁ ସୂଚନା ଦେଇଥିଲେ l ହାତୀଓଟ ସରପଞ୍ଚ ସୁଶାନ୍ତ ସାହୁ ଅନ୍ତେବାସୀଙ୍କୁ ଇଶ୍ୱରଙ୍କ ଉପରେ ଆସ୍ଥା ପ୍ରକଟ କରି ନିରାମୟ ଜୀବନ କାମନା କରିବା ସହିତ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ସେବା କାର୍ଯ୍ୟକ୍ରମ ଦ୍ଵାରା ସେ ବିଶେଷ ପ୍ରଭାବିତ ବୋଲି ପ୍ରକାଶ କରିଥିଲେ l କାର୍ଯ୍ୟକ୍ରମ ରେ ହାତୀଓଟ ବ୍ରହ୍ମାକୁମାରୀ ଗୀତା ପାଠ ଶାଳାର ସଂଚାଳିକା ବ୍ରହ୍ମାକୁମାରୀ ସବିତାଙ୍କ ସହ ବ୍ରହ୍ମାକୁମାରୀ ସ୍ମିତାରାଣୀ,ପ୍ରତିମା ବ୍ରହ୍ମାକୁମାର ସତ୍ୟପ୍ରିୟ,ଲଡୁ କିଶୋର, ମଙ୍ଗୁଳୁ ଆଦି ସହଯୋଗ କରିଥିଲେ l
ରଞ୍ଜନ କୁମାର ରାଉତ reporter