ହାଇ କୋର୍ଟ ନିର୍ଦ୍ଦେଶ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଦାବୀ


ବ୍ରହ୍ମପୁର – ୧/୧୧/୨୦୨୩- ବ୍ରହ୍ମପୁର ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ସ୍ବତନ୍ତ୍ର ବୈଠକ ନିମଖଣ୍ଡି ସ୍ଥିତ ରାଜୀବ ନଗର ଠାରେ ମଙ୍ଗଳବାର ଦିନ ସନ୍ଧ୍ୟାରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସହର ତଳି କ୍ରିୟାନୁଷ୍ଠାନ କମିଟି ଦ୍ବାରା ଦାୟର ଅଦାଲତ ଅବମାନନାରୁ ବର୍ତ୍ତିବା ପାଇଁ ଲୋଚାପଡା ପଞ୍ଚାୟତ ସହ ଅନ୍ୟ ତିନୋଟି ଗ୍ରାମ ସହର ତଳି ଅଞ୍ଚଳ ମିଶ୍ରଣ ନେଇ ସରକାର ବିନିଧିଷ୍ଟ କରିଛନ୍ତି କହି ଲୋକଙ୍କ ଆପତ୍ତି ଓ ପରାମର୍ଶ ଆହ୍ବାନ କରି ନୋଟିଫିକେସନ ବାହାର କରିଥିଲେ। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ପଦକ୍ଷେପ ନେଇ ଖୁସି ଓ ଆଶା ସଂଚାର ହୋଇଥିବା ବେଳେ ମିଶ୍ରଣ ସଂକ୍ରାନ୍ତ ପରବର୍ତ୍ତୀ ପଦଷେପ ନେଇ କୌଣସି ଅଗ୍ରଗତି ହେଉନଥିବାରୁ ବୈଠକରେ ଚିନ୍ତା ପ୍ରକଟ ହୋଇଥିଲା । ଏ ପରିପ୍ରେକ୍ଷୀରେ ସରକାର ହାଇ କୋର୍ଟଙ୍କ ନିର୍ଦ୍ଧେଶ ପାଳନ ଓ ମିଶ୍ରଣ ବିଜ୍ଞପ୍ତି ଆଧାରରେ ମହାନଗରରେ ସହର ତଳି ସାମିଲ ନେଇ କେବେ ସୁଦ୍ଧା କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବେ ନିଧିଷ୍ଟ ଭାବରେ ସର୍ବସାଧାରଣରେ ଖୁଲାସା କରୁନଥିବାରୁ ସରକାରଙ୍କ ମତିଗତି ଓ ଆଭିମୁଖ୍ୟ ନେଇ କମିଟି ସନ୍ଦିହାନ। ସେହିଭଳି ନିର୍ବାଚିତ ପ୍ରତିନିଧି ମାନଙ୍କ ଏଥିନେଇ ଭୂମିକା ଓ ଉଦ୍ୟମ ମଧ୍ୟ ନୈରାଶ୍ୟଜନକ ବୋଲି କମିଟି ପକ୍ଷରୁ କୁହାଯାଇଛି । ତେଣୁ କମିଟି ହାଇ କୋର୍ଟଙ୍କ ଠାରେ ପୁଣି ଥରେ ଇତି ମଧ୍ୟରେ ଘଟିଯାଇଥିବା ସମସୁ ଘଟଣାବଳୀକୁ ଆଧାରିତ କରି ପୁନଃ ଏକ ସ୍ବତନ୍ତ୍ର ରୀଟ ଫାଇଲ୍ କରିବ ବୋଲି ଆଜିର ବୈଠକରେ ସ୍ଥିର କରାଯାଇଛି। ତତ୍ ସହିତ ପ୍ରତିବାଦ ସଭା ବିଭିନ୍ନ ସହର ତଳି ଅଞ୍ଚଳରେ ଆୟୋଜନ କରାଯିବା ପାଇଁ ବୈଠକରେ ମତ ପ୍ରକାଶ ପାଇଛି। ସେହିଭଳି କମିଟି ନିକଟରେ ହାଇ କୋର୍ଟ ଏକ ଜନ ସ୍ୱାର୍ଥ ସମ୍ବଳିତ ଏକ ଅଦାଲତ ଅବମାନନା ମାମଲାର ବିଚାର କରି ୬୨ ମୌଜା ଅନ୍ତର୍ଗତ ସମସ୍ତ ସହର ତଳି ଅଞ୍ଚଳକୁ ସାମିଲ ନେଇ ଯେଉଁ ନିର୍ଦ୍ଧେଶ ଦେଇଛନ୍ତି ତାହାକୁ ସମ୍ମାନ ଦେଇ ପଦକ୍ଷେପ ନେବେ ବୋଲି କମିଟି ଆଶା କରୁଛି। ସରକାର ନିଜ ମାନସିକତାରେ ପରିବର୍ତ୍ତନ ଆଣନ୍ତୁ ଓ ବ୍ରହ୍ମପୁର ପ୍ରତି ସାବତ ମା ବ୍ୟବହାରରୁ କ୍ଷାନ୍ତ ରୁହନ୍ତୁ ବୋଲି କମିଟି ନିବେଦନ କରିଛି । ଆଜିର ବୈଠକରେ ସଭାପତିଙ୍କ ବ୍ୟତୀତ ଉପସଭାପତି ଦେବୀ ପ୍ରସାଦ ଦାସ, ଯୁଗ୍ମ ସମ୍ପାଦକ ଟି. ସୁଦେଶ କୁମାର ପାତ୍ର, ସହ ସମ୍ପାଦକ ବି.ଭି. ସାଗର, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରି,ଉପ ସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ, ସଂଯୋଜକ ସି. ଏଚ. ରାମ କ୍ରିଷ୍ଣା ଦାସ, କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର, ସହ କୋଷାଧ୍ୟକ୍ଷ କେ. ସୁଦାମ ପାତ୍ର,ଉପ ସଂଯୋଜକ କାହୁଁ ଚରଣ ପତି, ଉପଦେଷ୍ଟା ଦିଗାମ୍ବର ସାମନ୍ତରାୟ , ପ୍ରଶାନ୍ତ କୁମାର ପଣ୍ଡା, ସୁବାଷ ପାତ୍ର, ପ୍ରଭାତ କୁମାର ବେହେରା, ବ୍ରଜ ବନ୍ଧୁ ବେହେରା,ଏମ୍. ନାର୍ଶୀଙ୍ଗୁଲୁ, ସୁଦେଷ୍ଟନା ସାହୁ ,ବି . ସୁଦର୍ଶନ ପାତ୍ର ଓ ଗୋପାଳ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *