ଗଞ୍ଜାମ ଜିଲ୍ଲା ବୁଗୁଡା ଅଦାଲତର ୧୧ତମ ପ୍ରତିଷ୍ଠା ଦିବସ ପାଳିତ।

ଗଞ୍ଜାମ ଜିଲ୍ଲା ବୁଗୁଡା ସହରରେ ପ୍ରତିଷ୍ଠିତ ହୋଇଥିବା ଅଦାଲତର ୧୧ତମ ପ୍ରତିଷ୍ଠା ଦିବସକୁ ସ୍ଥାନୀୟ ବୁଗୁଡା ଓକିଲ ସଂଘ ପକ୍ଷରୁ ପାଳନ କରିଥିଲେ । ଏହି ଅବସରରେ ଓକିଲ ସଂଘ ସଭାପତି ହର ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା,ମୂଖ୍ୟବକ୍ତା ଭାବେ ଡ ବ୍ରଜକିଶୋର ପାଢୀ,ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଓକିଲ ସଂଘର ସଭାପତି ଦନାର୍ଦ୍ଦନ ସୁବୁଦ୍ଧି ଏବଂ ବୁଗୁଡା ଓକିଲ ସଂଘର ସମ୍ପାଦକ ସୁଶାନ୍ତ କୁମାର ଡାକୁଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବୁଗୁଡା ସହରରେ ଅଦାଲତ ହେବା ନେଇ ବହୁ ବାଧାବିଘ୍ନ ହୋଇଥିବା ସତ୍ତ୍ବେ ଏ ଅଞ୍ଚଳବାସୀ,ଓକିଲ ସଂଘ ମୂଖ୍ୟତଃ ସ୍ବର୍ଗତ୍ ଉମାଚରଣ ଦାଶ ଏବଂ ତତ୍କାଳୀନ ବିଧାୟକ ସୀମାଞ୍ଚଳ ବେହେରାଙ୍କ ଅବଦାନ ଗୁରୁତ୍ଵପୂର୍ଣ୍ଣ ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ । ଏହି ଅବସରରେ ବୁଗୁଡା ଓକିଲ ସଂଘ ପକ୍ଷରୁ ଜିଲ୍ଲା ଓକିଲ ସଂଘର ସଭାପତି ଦନାର୍ଦ୍ଦନ ସୁବୁଦ୍ଧି,ଜିଲ୍ଲା ଉପସଭାପତି ଭାଗିରଥି ରାଓ,ଜିଲ୍ଲା ସମ୍ପାଦକ ପ୍ରଦୀପ କୁମାର ବେହେରା,ଜିଲ୍ଲା ସହ ସମ୍ପାଦକ ସୁଧିର କୁମାର ପାତ୍ର ଙ୍କ ସମେତ ବୁଗୁଡା ଓକିଲ ସଂଘ ନିର୍ବାଚନକୁ ସୂଚାରୁରୂପେ କାର୍ଯ୍ୟକ୍ଷମ କରିଥିବା ଦୃଷ୍ଟିରେ ରଖି ସତ୍ୟ ନାରାୟଣ ମିଶ୍ର ଏବଂ କାହ୍ନୁ ବୈଷ୍ଣବ ବିହାରୀ ପ୍ରମୁଖଙ୍କୁ ଫୁଲତୋଡା ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଆଇନଜୀବୀ ସରୋଜ କୁମାର ସାହୁ,ମାନସ ରଞ୍ଜନ ଦାଶ,ରାଜକିଶୋର ଦାଶ,ମନୋଜ କୁମାର ପାଣିଗ୍ରାହୀ,ଲକ୍ଷ୍ମୀ ନାରାୟଣ ମିଶ୍ର,ଶ୍ରୀକାନ୍ତ କୁମାର ଶତପଥୀ ଏବଂ ନଟବର ଜେନା ପ୍ରମୁଖ ସୁପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *