ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ପକ୍ଷରୁ ନାରୀ ସାଙ୍ଗଠନିକ ବୈଠକ ।

୨୬/୭- ଗଞ୍ଜାମ ଜିଲ୍ଲା ବୁଗୁଡା ସହରର ଅରବିନ୍ଦ ନଗରରେ ଆଜି ପରିଷଦର ନଗର ସଭାପତି ସମିର କୁମାର ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଭାପତି ସାଇ ପ୍ରସାଦ ପରିଡା ଏବଂ ଗୀତାଞ୍ଜଳୀ ପ୍ରଧାନ ପ୍ରମୁଖ ବହୁ ମହିଳାଙ୍କ ଗହଣରେ ଏକ ନାରୀ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ନାରୀମାନଙ୍କ ସୁରକ୍ଷା ଏବଂ ତା’ସହ ପୁରୁଷମାନଙ୍କ ସୁରକ୍ଷାକୁ ଯେଉଁମାନେ ନ୍ୟାୟକୁ ଅପେକ୍ଷା କରି ବହୁଦିନ ରହି କିଛି ସୁଫଳ ପାଇ ପାରୁନାହାନ୍ତି ସେହି ନିସ୍ବ ନିର୍ଯ୍ଯାତିତ ମାନଙ୍କୁ ସହଯୋଗ କରିବା ନିମନ୍ତେ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ପରିଷଦର ଜିଲ୍ଲା ସଭାପତି ମତବ୍ଯକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୀତାଞ୍ଜଳୀ ପ୍ରଧାନଙ୍କୁ ବୁଗୁଡା ନଗରର ମହିଳା ସଭାପତି ରୂପେ ରାଜ୍ୟ ପରିଷଦ ପକ୍ଷରୁ ଏକ ଚିଠା ହସ୍ତଗତ କରାଇ ସମ୍ବର୍ଦ୍ଧନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ମହିଳା ଉପସ୍ଥିତ ଥିଲେ ।