ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୩ ଅନୁଷ୍ଠିତ

ରାୟଗଡା ତା ୦୬-୧୧-୨୩ ରାୟଗଡା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ରାୟଗଡା,ପରିସରରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୧୧ଟି ମଣ୍ତଳ ଶିକ୍ଷା ଅଧିନସ୍ଥ ବିଦ୍ୟାଳୟରୁ ୩୬୩ଜଣ ଛାତ୍ର ଛାତ୍ରୀ ୧୩ଟି ବିଭାଗରେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀମାନେ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୩ ଭୁବନେଶ୍ୱର ଠାରେ ଭାଗ ନେବେ । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଯୋଗ ଦେଇ ଉତ୍ସଵର ଶୁଭ ଉଦ୍ଘାଟନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସରସ୍ଵତୀ ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭଜନ ଲାଲ ମାଝୀ, ରାୟଗଡା ମଣ୍ତଳ ଶିକ୍ଷା ଅଧିକାରୀ ଶ୍ରୀ ସୁଦିପ୍ତ କୁମାର ଦାସ,ଓ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ଭୋଇ ଯୋଗ ଦେଇଥିଲେ । ସେହିପରି ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ, ଆଦିବାସୀ ହରିଜନ କଲ୍ୟାଣ ଓ ପଛୁଆବର୍ଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇଥିଲେ । ମନ୍ତ୍ରୀ ଶ୍ରୀ ସାରକା କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ପୁରସ୍କାର ବିତରଣ କରିଥିଲେ । ଜି ସି ଡ଼ି ଜିଲ୍ଲା ସ୍କୁଲର ଶିକ୍ଷକ ଶ୍ରୀ ଆଶୋକ କୁମାର ଦାସ ମଞ୍ଚ ପରିଚାଳନା କରିଥିବାବେଳେ କୋଲନରା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ମଞ୍ଜୁଲତା ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସର୍ବ ଶିକ୍ଷା କାର୍ଯ୍ୟାଳୟର ସଂଯୋଜକ ଜ୍ଞାନ ରଞ୍ଜନ ସାହୁ, ସୁରେନ୍ଦ୍ର ସାଠୁଆ, ପ୍ରଦୀପ ତ୍ରିପାଠୀ, ଶିକ୍ଷକ ନେତା ଦୀପକ ରାଉତ, ଶିକ୍ଷକ ଜଗତ ରାଉତ, ସୁରେଶ ପଟ୍ଟନାୟକ ଓ ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା reporter

Leave a Reply

Your email address will not be published. Required fields are marked *