ଶ୍ରୀ ମନ୍ଦିର ଚାରି ଦୁଆର ଓ ରତ୍ନ ଭଣ୍ଡାର ତୁରନ୍ତ ଖୋଲ

ଶ୍ରୀ ମନ୍ଦିର ଚାରି ଦୁଆର ଓ ରତ୍ନ ଭଣ୍ଡାର ତୁରନ୍ତ ଖୋଲ ରାୟଗଡାତା୦୬-୧୧-୨୩ ଶ୍ରୀ ଜଗନ୍ନାଥ ସେନା ପୁରୀ ପକ୍ଷରୁ ଶ୍ରୀ ଜଗନ୍ନାଥ ମନ୍ଦିର ୪ଦୁଆର ଓ ରତ୍ନଭଣ୍ଡାର ଖୋଲିବା ଦାବି ପୂରଣ ନିମନ୍ତେ ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା ଆରମ୍ଭ ହୋଇଛି ।ଆଜି ଜଗନ୍ନାଥ ସେନାର କେନ୍ଦ୍ରୀୟ ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ରାୟଗଡା ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚି ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ ଭକ୍ତ ମାନଙ୍କୁ ଦର୍ଶନପାଇଁ ଅଯଥା ହଇରାଣ ନକରି ତୁରନ୍ତ ସରକାର ଶ୍ରୀ ମନ୍ଦିରର ୪ଦୁଆର ଖୋଲିବା ସହିତ ରତ୍ନ ଭଣ୍ଡାର ଖୋଲି ନିଜର ସ୍ୱଚ୍ଛତା ଦେଖାନ୍ତୁ । ଯଦି ଆସନ୍ତା ୨ମାସ ମଧ୍ୟରେ ରତ୍ନ ଭଣ୍ଡାର ଖୋଲା ନଯାଏ ତେବେ ସାରା ରାଜ୍ୟରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁଣି ଆନ୍ଦୋଳନ କରାଯିବ । ଅକ୍ଟୋବର ୮ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇ ଖୋର୍ଦ୍ଧା, ଗଞ୍ଜାମ, କୋରାପୁଟ ସାରି ରାୟଗଡ଼ାରେ ପହଞ୍ଚିଛନ୍ତି । ତାଙ୍କ ସହିତ ଆଇନଜୀବୀ ମନୋଜ ମିଶ୍ର, ସନ୍ତୋଷ ରାଉତ, ପ୍ରଫୁଲ୍ଲ କୁମର ବେହେରା, ମଙ୍ଗରାଜ ସାମଲ, ନରସିଂହ ପୂଜାପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ରାୟଗଡାର ରଞ୍ଜନ ରଥ, ଝୁନା ପଣ୍ଡା, ଆଇନଜୀବୀ ଅରୁଣ ପାଣିଗ୍ରାହୀଙ୍କ ସମେତ ଅନେକ ଜଗନ୍ନାଥ ଅନୁଗାମୀ ଏହି ପ୍ରେସ ବିଜ୍ଞପ୍ତି ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।
ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା reporter