ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ଆୟୋଜିତ ସତର୍କତା ସଚେତନତା ସପ୍ତାହ ଉଦଯାପିତ

ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ଆୟୋଜିତ ସତର୍କତା ସଚେତନତା ସପ୍ତାହ ଉଦଯାପିତ। ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ସପ୍ତାହବ୍ୟାପୀ ଆୟୋଜିତ ହେଉଥିବା ସତର୍କତା ସଚେତନତା ସପ୍ତାହ ଶେଷ ହୋଇଛି। ସତର୍କତା ସଚେତନତା ସପ୍ତାହ-୨୦୨୩ ର ବିଷୟବସ୍ତୁ ହେଉଛି “ଦୁର୍ନୀତି ପାଇଁ ନା, ଜାତି ପ୍ରତି ପ୍ରତିବଦ୍ଧତା”। ଏହି ବିଷୟବସ୍ତୁ ଆଧାର କରି, ଖୋର୍ଦ୍ଧା ରୋଡ୍ ମଣ୍ଡଳ ଦ୍ଵାରା ସପ୍ତାହରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା। ଏକ ସେମିନାର ମାଧ୍ୟମରେ ଆୟୋଜନ କରାଯାଇଥିଲା ଯେଉଁଥିରେ ଦୁର୍ନୀତିର ବିଭିନ୍ନ ଦିଗ ଏବଂ ସେମାନଙ୍କୁ କିପରି ଦୂର କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ରେଳ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଚିତ୍ରାଙ୍କନ ଏବଂ ପେଣ୍ଟିଂ ପ୍ରତିଯୋଗିତା ଅନୁଷ୍ଠିତ କରାଥିଲା। ରେଳ କର୍ମଚାରୀଙ୍କ ପାଇଁ ପ୍ରବନ୍ଧ ଏବଂ ବିତର୍କ ପ୍ରତିଯୋଗିତା ମଧ୍ୟ ଆୟୋଜିତ କରଯାଇଥିଲା ବିଭିନ୍ନ ରେଳ ଷ୍ଟେସନରେ ପଥ ପ୍ରାନ୍ତ୍ୟ ନାଟକ ମାଧ୍ୟମରେ, ସାଧାରଣ ଲୋକଙ୍କୁ ବାର୍ତ୍ତାର ପ୍ରଚାର କରାଯାଇଥିଲା। ସମସ୍ତ କାର୍ଯ୍ୟକୁ ସଚ୍ଚୋଟ ଏବଂ ସ୍ୱଚ୍ଛ ଭାବରେ କରି ଦୁର୍ନୀତିକୁ ଦୂର କରିବାପାଇଁ ସଚେତନତା ସୃଷ୍ଟି କରାଯାଇଥିଲା। କର୍ମଚାରୀ ଏବଂ ରେଳ ଗ୍ରାହକଙ୍କ ପାଇଁ ଅଭିଯୋଗ ପ୍ରତିକାର ଶିବିର ଆୟୋଜିତ ହୋଇଥିଲା। ସତର୍କତା ସଚେତନତା ସପ୍ତାହ ଉଦଯାପିତ କରି, ଖୋର୍ଦ୍ଧା ରୋଡ଼ ମଣ୍ଡଳର ରେଳ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍.ବାଜୱା ବିଭିନ୍ନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରେଳ କର୍ମଚାରୀ ଓ ସେମାନଙ୍କର ପିଲାମାନଙ୍କ ସାର୍ଟିଫିକେଟ୍ ଏବଂ ପୁରସ୍କାର ପ୍ରଦାନ କରିଥିଲେ। ସତର୍କତା ସଚେତନତା ସପ୍ତାହର ସବୁ କାର୍ଯ୍ୟକ୍ରମକୁ ଶ୍ରୀ ଅର୍ ଏନ ଏ ପରିଡ଼ା, ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ସଂଯୋଜନା କରିଥିଲେ ।