ନଦୀ ଗର୍ଭରୁ ଶ୍ରୀ କୃଷ୍ଣଙ୍କ ରଥର ବିରଳ ଚକ୍ର

କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ଅନ୍ତର୍ଗତ ମହାସିଂ ଗ୍ରାମ ପଞ୍ଚାୟତ ପୁରୁଣା ସାହିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏହି ଚକ୍ର ପ୍ରାଚୀନ କାଳରୁ ଥିବା ଅନୁମାନ କରାଯାଉଛି।ଏହାକୁ ଗ୍ରାମବାସୀ ଅର୍ଜୁନଙ୍କ ଶ୍ରୀ କୃଷ୍ଣ ଙ୍କ ଚକ୍ର ବୋଲି କହୁଛନ୍ତି। ଗ୍ରାମବାସୀ କହିବା ଅନୁସାରେ ଗମ୍ଭାରୀ ନଦୀ ସହିତ କାଲିପେନୁ ନଦୀ ସଙ୍ଗମ ହୋଇଥିବା ଏହି ଦୁଇନଦୀରୁ ଏକ ହୋଇହୋଇଥିବା ଖଡ୍ଗନଦୀ କୁ ଗାଧେଇବାକୁ ଯାଇଥିବା ସୁମନ୍ତ ନାୟକ ଙ୍କ ପାଦରେ ଚକ୍ର ବାଜିବାରୁ ନଦି ବାଲିରୁ କାଡ଼ିଥିଲେ ।କିନ୍ତୁ କାଡ଼ି ପାରିନଥିଲେ। ରାତିରେ ସ୍ୱପ୍ନ ବାରମ୍ବାର ସୁମନ୍ତ ନାୟକ ଙ୍କୁ ହେବାରୁ ଗ୍ରାମବାସୀ ଙ୍କୁ ନେଇ ନଦୀଗର୍ଭରୁ ଉଠାଇଆଣିଥିଲେ । ସେ ଚକ୍ରକୁ ହରିହର ଠାକୁରଙ୍କ ପୀଠ ନିକଟରେ ପୂଜାର୍ଚ୍ଚନା କରୁଛନ୍ତି।ସରକାର ଏହା ଉପରେ ଦୃଷ୍ଟି ଦେଇ ପୂଜାମଣ୍ଡପ କରିଦେଲେ ଏହି ଚକ୍ର ସୁରକ୍ଷିତ ରହିବ ବୋଲି କହିଛନ୍ତି ।
bhabani Shankar jena reporter