ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ।କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଚକାପାଦ ଅନ୍ତର୍ଗତ ଆରାବାକା ପଞ୍ଚାୟତ ପଣସଗୁଡ଼ା ଅଞ୍ଚଳରେ ରାସ୍ତାକଡ଼ରୁ ଏକ ଅଜଣା ଯୁବକର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା। ବୁଧବାର ଅପରାହ୍ନରେ ପଣସଗୁଡ଼ା ଗ୍ରାମବାସୀ ତଥା ଆରାବାକା ପଞ୍ଚାୟତ ର ନାଏବ ସରପଞ୍ଚ କିନ୍ଦେଶ୍ଵର ମଳିକ ଟିକାବାଲି ଥାନାକୁ ଫୋନରେ ଯୋଗା ଯୋଗ କରିଥିଲେ । ଖବର ପାଇବା ମାତ୍ରେ ଟିକାବାଲି ଫୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ମୃତ ଯୁବକର ପରିଚୟ ପାଇନ ଥିବାରୁ ,ଟିକାବାଲି ଥାନାରେ ଏକ ଅପମୃତ୍ୟ 12/23 ରେ ମାମଲା ରୁଜୁକରି ଟିକାବାଲି ଗୋଷ୍ଠୀ ସ୍ୟାସ୍ଥ୍ୟକେନ୍ଦ୍ର କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।ତଦନ୍ତ କାର୍ଯ୍ୟ ଚାଲୁ ରହିଥିବା କୁ ନେଇ ଥାନା ଅଧିକାରୀ କଲ୍ୟାଣୀ ମୟୀ ଷେଣ୍ଡ ସୂଚନା ଦେଇଛନ୍ତି ।

କନ୍ଧମାଳ ଜିଲ୍ଲା ଭବାନୀ ଶଙ୍କର ଜେନା ରିପୋର୍ଟ୍ ର

Leave a Reply

Your email address will not be published. Required fields are marked *