ସରକାରୀ ଦୋକାନରେ ପିଆଜ ବିକ୍ରୀ କର


ବ୍ରହ୍ମପୁର – ପିଆଜର ଦର ନିୟନ୍ତ୍ରଣ କର ଏବଂ ସରକାରୀ ଖୁଚୁରା ଦୋକାନ ଜରିଆରେ ପିଆଜ ବିକ୍ରି କର ଦାବୀରେ ସିପିଏମ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସରକାରୀ ନିୟନ୍ତ୍ରଣ ନଥିବା ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ଓ ଖାଦ୍ୟ ସାମଗ୍ରୀରଦର ହୁହୁ ହୋଇ ବଢୁଛି ବୋଲି ଅଭିଯୋଗ କରାଯାଇଛି।ସେହିଭଳି ରାଜ୍ୟରେ ଆଳୁ ଓ ପିଆଜ ଉତ୍ପାଦନ ପାଇଁ ସରକାର କୌଣସି ଯୋଜନା କରୁନଥିବା ଯୋଗୁଁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି।ତେଣୁ ଖାଉଟି ଚଢା ଦରରେ କିଣିବାକୁ ପଡୁଛି।ବଡ ବ୍ୟବସାୟୀ ମାଲେମାଲ ହେଉଛନ୍ତି।
ତେଣୁ ରାଜ୍ୟ ସରକାର କେରଳ ଭଳି କଞ୍ଚା ପରିବା ଉତ୍ପାଦନ ଓ ବିକ୍ରି ମୁଲ୍ୟ ନିର୍ଦ୍ଧାରଣ କରିବା ,ଫଳ ଓ ପରିବା ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଦେବା ନୀତି ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଥିଲେ। ଆସୁ ସମାଧାନ ଭାବେ ସରକାରୀ ଦୋକାନ ଜରିଆରେ ପିଆଜ ବିକ୍ରୀ କରିବା ପାଇଁ ଦାବି କରି ଥିଲେ।ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ଶିବ ପ୍ରସାଦ ମହାପାତ୍ର, ପ୍ରତାପ ଚୌଧୁରୀ, ବାବୁଲା ନାୟକ, ହରି ନାହାକ, ଚିଟିବାବୁ, କେଶବ ଗୌଡ଼, ରଞ୍ଜନ ପାତ୍ର ଓ ପୁରୁଷୋତ୍ତମ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *