ତିର୍ତ୍ତୋଲ ଠାରେ ଚେରିତୋଳ ବାଲିଯାତ୍ରା ପାଇଁ ଭୂମି ପୂଜନ ଅନୁଷ୍ଠିତ

ଚଳିତ ବର୍ଷ ମହାଆଡମ୍ବର ଚେରିତୋଳ ବାଲିଯାତ୍ରା ଉତ୍ସଵ କରିବା କହିଲେ ଆୟୋଜକଆଙ୍କର- ଜଗତସିଂହପୁଫର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଗୋପିଆକୁଦ ଠାରେ ଚେଳିତୋଳ ବାଲିଯାତ୍ରା କମିଟି ପକ୍ଷରୁ ଚେଳିତେଳ ମହୋତ୍ସବ ପାଇଁ ଆଜି ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ତେବେ ଚଳିତ ବର୍ଷ ମହାଆଡମ୍ବର ବାଲିଯାତ୍ରା ଉତ୍ସଵ ପାଳନ କରିବା ପାଇଁ ଆୟୋଜକ ମାନେ ବେଶ ଉତ୍ସାହିତ ଥିବା ଦେଖଜାଯାଇଛି । ଭିଓ 1 – ଚଳିତ ବର୍ଷ ତିର୍ତ୍ତୋଲ ଗୋପିଆ କୁଦ ଠାରେ ହେବାକୁ ଯାଉଛି ଚେଳିତୋଳ ବାଲିଯାତ୍ରା । ଏଥିପାଇଁ ଆଜି ବାଲିଯାତ୍ରା କମିଟି ପକ୍ଷରୁ ଭୂମିପୂଜନ କରାଯାଇଛି । ପ୍ରଥମେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ମାଆ ଶାରଳା ଙ୍କୁ ଦର୍ଶନ କରିବା ପରେ ସେଠାରୁ ଆଜ୍ଞା ମାଳ ଆଣି ଥିଲେ । ପରେ ତିର୍ତ୍ତୋଲ ସ୍ଥିତ ଗୋପିଆକୁଦ ଠାରେ ଆୟୋଜିତ ଭୁମିପୂଜା ଆଜ୍ଞା ମାଳ ପହଁଚି ବା ପରେ ପୂଜା କରାଯାଇଥିଲା । ଏହି ଭୁମିପୂଜନ କାର୍ଯ୍ୟକ୍ରମ ରେ କମିଟି ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହିବେ ସହିତ କିପରି ଚଳିତ ବର୍ଷ ମହାଆଡମ୍ବର ସହିତ ବାଲିଯାତ୍ରା କରାଯିବ ସେ ନେଇ କମିଟି ସଦସ୍ୟ ଙ୍କ ସହିତ ଆଲୋଚନା କରିବା ସହିତ ବାଲିଯାତ୍ରା ପଡିଆ ବୁଲି ଦେଖିଥିଲେ । ଚେଳିତୋଳ ବାଲିଯାତ୍ରା ଉତ୍ସବ ର ଐତିହ ଓ ପରମ୍ପରା ଗାଥା କୁ ମନେ ପକାଇବା ପାଇଁ ଆଜିକୁ 22 ବର୍ଷ ହେବ ଏହି ଚେରିତୋଳ ବାଲିଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ଏହି ଉତ୍ସବ ଦ୍ୱାରା ଭାଇଚାରା ସୃଷ୍ଟି ହୋଇ ଥାଏ । ତେବେ ଚଳିତ ବର୍ଷ ମହାଆଡମ୍ବର ସହିତ ଏହି ବାଲିଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ବିଭିନ୍ନ ପ୍ରକାର ଷ୍ଟଲ, ଦୋଳି, ଚଟପଟି ଖାଦ୍ୟ, ଖରକରଣା ସାମଗ୍ରୀ ଆଦି ଶତାଧିକ ଷ୍ଟଲ ଖୋଲିବ ବୋଲି ଆୟୋଜକ ମାନେ କହିଛନ୍ତି । ଏହା ସହିତ ପ୍ରତିଦିନ ସନ୍ଧ୍ୟା ରେ ସଭା ଅନୁଷ୍ଠିତ ହେବା ସହିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା କରାଯାଇଛି । ଆସନ୍ତା ନଭେମ୍ବର ୨୭ ତାରିଖ ଠାରୁ ଡିସେମ୍ବର 3 ତାରିଖ 7 ଦିନ ବ୍ୟାପି ଏହି ଚେରିତୋଳ ବାଲିଯାତ୍ରା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି । ତେବେ ଚଳିତ ବର୍ଷ 7 ଦିନ ଏହି ଚେରିତୋଳ ବାଲିଯାତ୍ରା ଆୟୋଜନ ହେଉଥିବା ବେଳେ ପ୍ରତିଦିନ ହଜାର ହଜାର ଦର୍ଶକ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହିତ ମେଳା ବୁଲି ଏହାର ଭରପୁର ମଜା ଉଠାଇଥାନ୍ତି।

ଜଗତସିଂହପୁର ରୁ ରୀତା ସାହୁ reporter

Leave a Reply

Your email address will not be published. Required fields are marked *