ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବ୍ଲକସ୍ତରୀୟ ସମୀକ୍ଷା ବୈଠକ।

ପୁରୀ- ୨୬/୭- ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା ବ୍ରହ୍ମଗିରି ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀଦାସବର୍ମା ଗ୍ରାମୀଣ ଗୃହ ନିର୍ମାଣ ଯୋଜନା, ବିଭିନ୍ନ ଭତ୍ତା ଯୋଜନା, ଓଡିଶା ଜୀବିକା ମିଶନ, ଅଙ୍ଗନୱାଡି କେନ୍ଦ୍ରର ଗୃହ ନିର୍ମାଣ, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କୋଠା ନିର୍ମାଣ, ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ଖେଳ ପଡିଆ, ଗ୍ରାମୀଣ ଉଦ୍ୟାନ, ଗ୍ରାମୀଣ ପାଠାଗାର, ଫନି କ୍ଷତିଗ୍ରସ୍ତ ବିଦ୍ୟାଳୟ ମରାମତି କାର୍ଯ୍ୟ, ଆମ ଗାଁ ଆମ ବିକାଶ, ଗାଁ ସାଥି ମାନଙ୍କ ନିମନ୍ତେ କ୍ବାର୍ଟର ନିର୍ମାଣ, କଲ୍ୟାଣ ମଣ୍ତପ ଓ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ସଂପର୍କରେ ସମୀକ୍ଷା କରିଥିଲେ । ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀ ଦାସବର୍ମା ପରାମର୍ଶ ଦେଇଥିଲେ । ବ୍ଲକ କାର୍ଯ୍ୟାଳୟର ନୂତନ ଗୃହର ବାକିଥିବା କାମ ଶେଷ କରିବା ପାଇଁ ଆବଶ୍ୟକ ଥିବା ପାଣ୍ଠି ସଂପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜ୍ୟୋତି ପ୍ରକାଶ ସେଠୀ, ସହକାରୀ ଯନ୍ତ୍ରୀ ଶ୍ରୀ ରବିନାରାୟଣ ସାହୁ, ବିଭିନ୍ନ କନିଷ୍ଠ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *