ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ବ୍ଲକ ଗ୍ରସ୍ତ କରିଛନ୍ତି

ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ବ୍ଲକ ଗ୍ରସ୍ତ କରିଛନ୍ତି। ଶ୍ରୀ ଦାସବର୍ମା ବ୍ରହ୍ମଗିରି ବ୍ଲକ କଡ଼ାଜିତ୍ ପଞ୍ଚାୟତରେ ‘ଆମ ଓଡ଼ିଶା ଓ ନବୀନ ଓଡ଼ିଶା’ ମାଧ୍ୟମରେ ଡ଼େଙ୍ଗ ଗ୍ରାମରେ ଯୁବକ ସଂଘ ଏବଂ ରାଏଘାଟ ଗ୍ରାମରେ ମହାବୀର ଗୋଷ୍ଠୀ କେନ୍ଦ୍ର ଗୃହର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନାବାଳା ବେହେରା ଉପାଧ୍ୟକ୍ଷା ମାଳିନୀ ଦାଳାଇ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, କଡ଼ାଜିତ୍ ପଞ୍ଚାୟତ ସରପଞ୍ଚ ସ୍ଵର୍ଣ୍ଣଲତା ବେହେରା, ସମିତି ସଭ୍ୟ ସୁବାସ କୁମାର ନାୟକ, ଗୋରୁଆଳ ପଞ୍ଚାୟତ ସମିତି ସଭ୍ୟ ଜିତେନ୍ଦ୍ର ବେହେରା, ପଲଙ୍କ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ସୁମନ୍ତ ସ୍ଵାଇଁ ଏବଂ ଆମ୍ବପଡ଼ା ପଞ୍ଚାୟତ ସମିତି ସଭ୍ୟ ସଞ୍ଜୟ କୁମାର ପ୍ରଧାନ ଏବଂ ଦୁଇ ଗ୍ରାମର ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।