ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଦୁର୍ବୃତ୍ତମାନଙ୍କ ଆତଙ୍କରାଜ। ୨ଜଣକୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ । ଉଭୟଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ଖାରବେଳ ନଗର ଥାନା ପୋଲିସର ତଦନ୍ତ।

ଭୁବନେଶ୍ବର : ୨୬/୭-ରାଜଧାନୀରେ ଚାଞ୍ଚଲ୍ୟ । ପୁଣି ଆତଙ୍କରାଜ ଚଳାଇଲେ ଦୁର୍ବୃତ୍ତ । ଭୁବନେଶ୍ବର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକରେ ଦୁଇ ଯୁବକଙ୍କୁ ଅତି ନିର୍ମମ ଭାବେ ମରଣାନ୍ତକ ଆକ୍ରମଣ କରିଛନ୍ତି। ମାଷ୍ଟର କ୍ୟାଣ୍ଟିନ ରେଳ ଷ୍ଟେସନ ସମ୍ମୁଖରେ ଗୋଷ୍ଠୀ ସଂଘର୍ଷ, ୪ଆହତ:ଆଜି ମଧ୍ୟାହ୍ନ ପ୍ରାୟ ଦୁଇଟା ସମୟରେ ଭୁବନେଶ୍ୱର ରେଳଷ୍ଟେସନ ସମ୍ମୁଖରେ ମାଳିସାହି ମସଜିଦ କଲୋନୀର କେତେକ ଯୁବକ ଓ ସେଠାରେ ଉଠା ଦୋକାନ କରିଥିବା ଜୈନକ ଯୁବକ ଓତାଙ୍କ ୧୦/୧୨ ଜଣ ସମର୍ଥକ ପରସ୍ପରକୁ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ।ଏହି ଗଣ୍ଡଗୋଳରେ ମାଳିସାହିର ଚାରିଜଣ ଗୁରୁତର ଭାବେ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ପକ୍ଷର କେତେକ ମଧ୍ୟ ଆହତ ଅବସ୍ଥାରେ ସ୍ଥାନ ଛାଡି ଫେରାର ହୋଇ ଯାଇଛନ୍ତି।ଖବର ପାଇ କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ ,ଖାରବେଳ ନଗର ଥାନା ଅଧିକାରୀ ଓ ଜୋନ-୧ ଏସିପି ମାନସ ଗଡନାୟକ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି।ବର୍ତ୍ତମାନ ଘଟଣା ସ୍ଥଳରେ ଥିବା ସମସ୍ତ ଉଠା ଦୋକାନ ବନ୍ଦ ଥିବା ବେଳେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି ।ତେବେ ଦିନକୁ ଦିନ ଅଶାନ୍ତ ହୋଇପଡୁଛି ରାଜଧାନୀର ରାଜରାସ୍ତା । ବିଭିନ୍ନ ସମୟରେ ହତ୍ୟା, ମରଣାନ୍ତକ ଆକ୍ରମଣ, ରାହାଜାନୀ, ଲୁଟ୍ ଆଦି ଘଟଣାମାନ ଘଟିଯାଉଛି । ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତମାନେ ଏସବୁ ଘଟଣାମାନ ଘଟାଉଛନ୍ତି । ଅକାରଣରେ ଅନେକଙ୍କ ଜୀବନ ଯାଉଛି । ନିକଟରେ ଏମିତି ଅନେକ ଘଟଣା ଘଟିଥିବା ନଜର ରହିଛି ।

Leave a Reply

Your email address will not be published. Required fields are marked *