ଶିଶୁ ଦିବସରେ ୧୧୦ ଶିଶୁଙ୍କୁ ପୁରସ୍କୃତ କଲା ସତ୍ୟମ

ସ୍ଥାନୀୟ ଶିକ୍ଷାନୁଷ୍ଠାନ ସତ୍ୟମ ତରଫରୁ ଆଜି ଶିଶୁ ଦିବସ ଅବସରରେ ୧୧୦ ଜଣ ଶିଶୁ ଙ୍କୁ ପୁରସ୍କାର ବଣ୍ଟନ କରାଯାଇଛି। ଶିଶୁ ଦିବସ ପାଇଁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ନୟାଗଡ଼ ପୌରାଞ୍ଚଳ ରେ ଅବସ୍ଥିତ ସମସ୍ତ ସ୍କୁଲର ପ୍ରାୟ ୪୦୦ ରୁ ଉର୍ଦ୍ଧ୍ବ ପିଲା ଭାଗ ନେଇଥିଲେ । ଏହି ପିଲା ମାନଙ୍କ ମଧ୍ୟରୁ ଯୋଗ୍ୟ ବିବେଚିତ ଛାତ୍ର ଛାତ୍ରୀ ମାନଙ୍କୁ ଆଜି ସଂଧ୍ୟାରେ ଏକ ପୁରସ୍କାର ବିତରଣ ଉତ୍ସବରେ ପ୍ରମାଣପତ୍ର ସହ ମେଡାଲ ଓ ଟ୍ରଫି ବଣ୍ଟନ କରାଯାଇଥିଲା। ସତ୍ୟମ ର ନିର୍ଦେଶକ ରୋଟାରିଆନ ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୂଖ୍ୟ ଅତିଥି ଭାବେ ନୟାଗଡ଼ ମୁନିସିପାଲିଟି ଅଧକ୍ଷା ନିରୂପମା ଖଟେଇ ଓ ସମ୍ମାନିତ ଅତିଥି ଭାବେ ସୁର ଗନ୍ଧର୍ବ ନବକିଶୋର ମିଶ୍ର ଯୋଗ ଦେଇଥିଲେ। ସତ୍ୟମ ର ଏହି କାର୍ଯ୍ୟକ୍ରମ ଲୁକ୍କାୟିତ ପ୍ରତିଭାଙ୍କୁ ବାହାର କରିବାରେ ସହାୟକ ହେବ ବୋଲି ମୂଖ୍ୟ ଅତିଥି କହିଥିଲେ । ସମ୍ମାନିତ ଅତିଥି ନବକିଶୋର ମିଶ୍ର ଅବିଭାବକ ଙ୍କ ସହ ପିଲା ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସତ୍ୟମ ଏହିପରି କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରଖୁ ବୋଲି ମତବ୍ୟକ୍ତ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ କୁ ସତ୍ୟମ ର କମ୍ପ୍ୟୁଟର ଶିକ୍ଷକ ସୁଶାନ୍ତ ପାଇକରାୟ ପରିଚାଳନା କରିଥିବା ବେଳେ କର୍ମଚାରୀ ପ୍ରଦୀପ ବରାଡ଼, କାଜଲ ଡାକୁଆ, ମଳୟ ଡାକୁଆ ଓ ଛାତ୍ର ଛାତ୍ରୀ ମାନେ ସହାୟତା କରିଥିଲେ। ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମ ଜିଲ୍ଲାସ୍ତରରେ ଆୟୋଜନ କରାଯିବ ବୋଲି ସତ୍ୟମ ର ନିର୍ଦେଶକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *