ଅସହାୟ ପରିବାରକୁ ରାସନ ସାମଗ୍ରୀ ବଣ୍ଟନ କଲେ ପାଟଣା ବିଧାୟକ ।


କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ନେଉଳିପଶି ଗ୍ରାମରେ ପାଟଣା ବିଧାୟକ ଜଗନ୍ନାଥ ନାଏକ ୧୦୦ରୁ ଉର୍ଦ୍ଧ୍ବ ପରିବାରକୁ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି । ବୁଢିକାପୁଡି ସମିତି ସଭ୍ୟ ଡମ୍ବରୁଧର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷ‌ ବିଶ୍ବନାଥ ନାଏକ, ବୁଢିକାପୁଡି ସରପଞ୍ଚ ଯଦୁମଣି ନାଏକ, ବରିଷ୍ଠ ବିଜେଡି ନେତା କାନ୍ତାମାନକା ସିଂ, ବରିଷ୍ଠ ବିଜେଡି ନେତା ଯଶୋବନ୍ତ ବାରିକ , ଓ ପ୍ରହ୍ଲାଦ ମହାନ୍ତ ପ୍ରମୁଖ ଯୋଗ ଦେଇ ୧୦୨ ଟି ପରିବାରକୁ ରାସନ ସାମଗ୍ରୀ ବାଣ୍ଟିଥିଲେ। କରୋନା ସମୟରେ ଲକଡାଉନ ଆଉ ସଟଡାଉନ ଯୋଗୁ ଗରିବ ଅସହାୟ ପରିବାର ଉପରେ ପ୍ରଭାବ ପକାଇବା ସହ ନିତ୍ୟ ବ୍ୟବହାର ସାମଗ୍ରୀର ଦରଦାମ ବୃଦ୍ଧି ଯୋଗୁ ଗରିବ ଅସହାୟ ଲୋକେ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିବାବେଳେ, ଅସୁବିଧାରେ ସମ୍ମୁଖୀନ ହେଉଥିବା ପରିବାରକୁ ଚିହ୍ନଟ କରି ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି ବିଧାୟକ। ବିଧାୟକଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ମନୋଜ କୁମାର ବେହେରା ,କେନ୍ଦୁଝର।

Leave a Reply

Your email address will not be published. Required fields are marked *