ଓଟିଡିସି ପକ୍ଷରୁ ୟଙ୍ଗ ମାଇଣ୍ଡସ୍‌ ଦ୍ୱାରା ଉତ୍ସାହପ୍ରଦ ଅଡିଟ ସହ ଶିଶୁ ଦିବସ ପାଳିତ

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଛି । ଓଟିଡିସି ମୁଖ୍ୟାଳୟରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷ ଡ଼ଃ ଲେନିନ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଉକ୍ତ ଉତ୍ସବରେ ଆଇନା ଫାଉଣ୍ଡେସନର ପିଲାମାନେ ଯୋଗଦେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଡିଟ୍‌ କରି ନିଜର ତୀକ୍ଷ୍ଣ ଅନ୍ତର୍ଦୃଷ୍ଟି ଓ ବିଶ୍ଳେଷଣାତ୍ମକ ଦକ୍ଷତା ପ୍ରଦର୍ଶନ କରିଥିଲେ । ଦୁଇଟି ଦଳରେ ବିଭକ୍ତ ଏହି ଯୁବ ଅଡିଟରମାନେ ଓଟିଡିସିକୁ ବିଭିନ୍ନ ବର୍ଗରେ ମୂଲ୍ୟାଙ୍କନ କରିଥିଲେ, ଯେଉଁଥିରେ ସୁଲଭତା, କାର୍ଯ୍ୟକଳାପ, ଉପଲବ୍ଧ ସୁବିଧା ଏବଂ ସାମଗ୍ରିକ ଭିତ୍ତିଭୂମି ଆଦି ଅନ୍ତର୍ଭୁକ୍ତ ଥିଲା । ଆଇନା ଫାଉଣ୍ଡେସନର କିଶୋରୀମାନେ ୧୦ ପ୍ରତିଶତରୁ ୯ ପ୍ରତିଶତ ନମ୍ବର ଦେଇ ଓଟିଡିସିକୁ ପୁରସ୍କୃତ କରିଥିଲେ ।
ଅଡିଟ୍‌ ଫଳାଫଳ ଉପରେ ଆଲୋଚନା ପାଇଁ ଅନୁଷ୍ଠିତ ବୈଠକରେ ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ୍‌ ମହାନ୍ତି ଏବଂ ସମସ୍ତ ବିଭାଗୀୟ ପରିଚାଳକ ଉପସ୍ଥିତ ଥିଲେ । ଡଃ ମହାନ୍ତି ଉଦ୍‌ବୋଧନ ଦେଇ ଆଇନା ଫାଉଣ୍ଡେସନର ଛାତ୍ରଛାତ୍ରୀମାନଙ୍କର ସୁଚିନ୍ତିତ ଅଡିଟ୍‌ ଓ ଅନୁଧ୍ୟାନ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ସେମାନଙ୍କ ଉଦ୍ୟମକୁ ସେ ପ୍ରଶଂସା କରିବା ସହ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଆଇନା ଫ।ଉଣ୍ଡେସନର କିଶୋର ମାନ ଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ମୂଲ୍ୟବାନ ମତାମତ ଆଧାର ରେ ଓଟିଡିସିିର ଉପଲବ୍ଧତା ଏବଂ ସାମଗ୍ରିକ ପର୍ଯ୍ୟଟକ ଅନୁଭବକୁ ବୃଦ୍ଧି କରିବା ପାଇଁ ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।ଏହି ଅଡିଟ୍‌ କାର୍ଯ୍ୟର ପୁଙ୍ଖାନୁପୁଙ୍ଖତାକୁ ଡଃ ମହାନ୍ତି ପ୍ରଶଂସା କରିବା ସହ ଆସନ୍ତା ୧୫ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ସମସ୍ୟାର ସମାଧାନ ସହ ସେବାରେ ଉନ୍ନତି ଆଣିବାକୁ ପଦକ୍ଷେପ ନେବେ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *