ସର୍ଟସର୍କିଟ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ରାମଲେଙ୍କା ପଞ୍ଚାୟତ ବାଲିପାଟପୁର ଗ୍ରାମରେ ସର୍ଟସର୍କିଟ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ଘଟି ଜଳନ୍ଧର ଜେନା ଏବଂ ହରିବନ୍ଧୁ ଜେନାଙ୍କ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଅଛି। ଆଜି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସ ବର୍ମା ଅଗ୍ନି ବିପନ୍ନ ପରିବାର ଜଳନ୍ଧର ଜେନା ଏବଂ ହରିବନ୍ଧୁ ଜେନାଙ୍କୁ ଭେଟି ଆଶ୍ୱାସନା ଦେବା ସହିତ ସମବେଦନା ଜଣାଇଛନ୍ତି।

ଏହା ସହିତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ, ଚୁଡ଼ା, ବିସ୍କୁଟ, ଚାଉଳ, ଡାଲି, ପାଲ ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏତତ୍ ସହିତ ଶ୍ରୀ ଦାସବର୍ମା କୃଷ୍ଣପ୍ରସାଦ ବ୍ଲକ ଅତିରିକ୍ତ ତହସିଲଦାର ବିକାଶ ସେଠୀଙ୍କ ସହିତ ଆଲୋଚନା କରି ଅଗ୍ନିବିପନ୍ନ ପରିବାର ବର୍ଗଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ସମୟରେ କୃଷ୍ଣପ୍ରସାଦ ବ୍ଲକ ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିଜୟ କୁମାର ତରେଇ, ସାଂସଦଙ୍କ ପ୍ରତିନିଧି ରାଜକିଶୋର ବିଶ୍ୱାଳ, ରାମଲେଙ୍କା ପଞ୍ଚାୟତ ସରପଞ୍ଚ ସବିତା ବିଶ୍ୱାଳ, ସମିତି ସଭ୍ୟାଙ୍କ ପ୍ରତିନିଧି ଦିଲିପ କୁମାର ରଣସିଂହ, ବ୍ଲକ ଆତ୍ମା ଅଧ୍ୟକ୍ଷ ପ୍ରଦୀପ କୁମାର ମାଝି, ମଣ୍ଡଳ ଉନ୍ନୟନ ଅଧିକାରୀ ବିଜୟ ବେହେରା, ବଜ୍ରକୋଟ ରାଜସ୍ବ ନିରୀକ୍ଷକ ସଶାଙ୍କ ସେଖର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।