୧୨୦ ବାଟାଲିଅନ ପରିସରେର ନିଆରା ଢଙ୍ଗରେ ଶିଶୁଦିବସ ଅନୁଷ୍ଠିତ

ଭୁବନେଶ୍ୱର ସ୍ଥିତ  ସେନାବାହିନୀର ୧୨୦ ବାଟାଲିଅନ ପରିସରରେ ନଭେମ୍ବର ୧୪ ତାରିଖ ଦିନ ସକାଳୁ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ସାମରିକ ବାହିନୀର ଅସ୍ତ୍ରଶସ୍ତ୍ର ସହ ସେନାନୀଙ୍କ କୌଶଳ ପ୍ରଦର୍ଶନ କିଛି ସମୟ ପାଇଁ ଚମତ୍କାର ପରିବେଶ ସୃଷ୍ଟି କରିଥିଲା । ଅବସର ଥିଲା ଶିଶୁଦିବସ । ଏହି ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ୧୨୦ ବାଟାଲିଅନ ପକ୍ଷରୁ ଶିଶୁମାନଙ୍କ ମଧ୍ୟରେ ଦେଶପ୍ରେମର ଉତ୍ସାହ ସହିତ ଦେଶର ସୁରକ୍ଷା ଓ ଦେଶଭକ୍ତିର ଭାବନା ଜାଗ୍ରତ କରିବାର ଏକ ବିରଳ ଓ ନିଆରା ପ୍ରୟାସ କରାଯାଇଥିଲା ।

ବାଳକାଟି ସିଙ୍ଗିରୀଶାସନ ସ୍ଥିତ ଔରାଦିତ୍ୟ ବିଦ୍ୟା ମନ୍ଦିରର ଛୋଟ ପିଲାମାନଙ୍କୁ ୧୨୦ ବାଟାଲିଅନ ଅଣାଯାଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ଚିତ୍ରାଙ୍କନ, ମ୍ୟାଜିକ ଶୋ, ଦେଶାତ୍ମବୋଧ ସଙ୍ଗୀତ, ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ସ୍ଥଳସେନାର ବିଭିନ୍ନ ଅସ୍ତ୍ରଶସ୍ତ୍ର, ଯୁଦ୍ଧ ଉପକରଣ ଦେଖିବା ସହିତ ଏହା ବିଷୟରେ ସୂଚନା ପାଇ ଶିଶୁମାନେ ଆନନ୍ଦିତ ହୋଇଥିଲେ । ଏଭଳି ଆଦର୍ଶ ଢଙ୍ଗରେ ଶିଶୁ ଦିବସ ପାଳନ କରାଯିବା ଶିଶୁମାନଙ୍କ ପାଇଁ ଏକ ନିଆରା ଅନୁଭୂତି ଆଣିଥିଲା ।

ସେନାବାହିନୀ ପକ୍ଷରୁ ବରିଷ୍ଠ ପଦାଧିକାରୀ ଅରକ୍ଷିତ ଖୁଣ୍ଟିଆଓ  ୪୦ ରୁ  ଅଧିକ ସେନା କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସୁଭାଷ ମୁଦୁଲି, ଶିକ୍ଷୟିତ୍ରୀ ରଶ୍ମିତା ବେହେରା, ପ୍ରିୟଙ୍କା ରାଉତ, ପୂଜା ନାୟକ, ଲିପସା ପଣ୍ଡା, ସୋନାଲୀ ବେହେରା, ରଶ୍ମିତା ଭୋଇ, ଶିକ୍ଷକ ଉମାକାନ୍ତ ବେହେରା, ମଧୁସ୍ମିତା ସେଠୀଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ବିଦ୍ୟାଳୟର ଚେୟାରମ୍ୟାନ ରେଣୁକା ସେଠୀ ଉତ୍ତରୀୟ ଦେଇ ଲେଫ୍ଟନାଣ୍ଟ କର୍ଣ୍ଣେଲ ପିବି ରାଠୋର ସମ୍ବର୍ଦ୍ଧିତ କରିଥିଲେ ।

Leave a Reply

Your email address will not be published. Required fields are marked *