“ଜଇପୁର ଜିଲ୍ଲା ବାଲ୍ ଭଵନର ଶିଶୁ ଦିବସରେ ଶିଶୁ ମହୋତ୍ସବ”

ଜଗତସିଂହପୁର ଜିଲ୍ଲାର ଜଇପୁର ସ୍ଥିତ ଜିଲ୍ଲା ବାଲ୍ ଭବନ ପରିସରରେ ଶିଶୁ ଦିବସ ଉପଲକ୍ଷେ ଏକ ଶିଶୁ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ସୁନାମଧନ୍ୟ ସାହିତ୍ୟିକ ଅଲେଖ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଓ ବାଲ୍ ଭବନର ପ୍ରଧାନ ଆଚାର୍ଯ୍ୟା ସୁମିତ୍ରା ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱ।ବଧାନରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲିଘର ଫାଉଣ୍ଡେସନ୍ ର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ “ତୁଳସୀ ଦୁଇ ପତ୍ରରୁ ବାସିଲା ପରି କୋମଳମତି ପିଲା ମାନଙ୍କର ଛାତ୍ର ଅବସ୍ଥାରୁ ହିଁ ତାଙ୍କର ଅନ୍ତର୍ନିହିତ ପ୍ରତିଭାର ସ୍ଫୁରଣ ଘଟିଥାଏ” ବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନାନପୁର ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ମିତାଞ୍ଜଳି ନାୟକ, ଗଡ଼ମା ମାଆ ସରସ୍ୱତୀ ଶିଶୁ ମନ୍ଦିରର ସହ ଶିକ୍ଷୟିତ୍ରୀ ଭାରତୀ ଶୁଭ୍ରଜ୍ୟୋତି ଦାସ,ଜଇପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ସହ ଶିକ୍ଷୟିତ୍ରୀ ସୁଜାତା ନାୟକ ଓ ବର୍ଷାରାଣୀ ବେହେରା, ଶ୍ରୀ ଗଣେଶ ଟ୍ୟୁଟୋରିଆଲ୍ ର ଅଧ୍ୟକ୍ଷ ସାରଦା ପ୍ରସନ୍ନ ସ୍ୱାଇଁ ଓ ସଂପୃକ୍ତ ବାଲ୍ ଭବନର ସଂପାଦକ ରମେଶ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କର ଚରିତ୍ର ଗଠନ ଓ ବୌଦ୍ଧିକ ବିକାଶ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଶେଷ କରି ଅଭିଭାବକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ପ୍ରକାଶ କରିଥିଲେ।ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଙ୍ଗୀତ, ନୃତ୍ୟ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାଧର ମାନଙ୍କୁ ମାନପତ୍ର ସହ ପୁରଷ୍କୃତ କରାଯାଇଥିଲା।ପରିଶେଷରେ ସଂପାଦକ ରମେଶ ଚନ୍ଦ୍ର ଖୁଣ୍ଟିଆ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବିଜୟ ନନ୍ଦଙ୍କ ରିପୋର୍ଟ
