ବୁଗୁଡା କାରଗିଲ୍ ସ୍ମୃତି ପୀଠରେ ବିଜୟ ଦିବସ ପାଳିତ ।


ଗଞ୍ଜାମ ଜିଲ୍ଲା ବୁଗୁଡା ସହରର ଉପକଣ୍ଠରେ ପ୍ରତିଷ୍ଠିତ ହୋଇଥିବା କାରଗିଲ୍ ସ୍ମୃତି ପୀଠ ପରିସରରେ ପୂର୍ବ ବର୍ଷ ଭଳି ଏହି ବର୍ଷ ମଧ୍ୟ ୨୨ତମ ବିଜୟ ଦିବସ କରୋନା କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଏଥିରେ ସ୍ଥାନୀୟ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ଅନୁଷ୍ଠାନର ସଭାପତି ସୂର୍ଯ୍ୟ ନାରାୟଣ ଦାସ,ସମ୍ପାଦକ ବିପ୍ରଚରଣ ପାଣିଗ୍ରାହୀ,କୋଷାଧ୍ୟକ୍ଷ ଏସ୍ ସି ଚମ୍ପତିରାୟଙ୍କ ସମେତ ରାଧାଶ୍ୟାମ ପଣ୍ଡା,ଗଙ୍ଗାଧର ନନ୍ଦ,ଭଗବାନ ସାହୁ,ଚରଣ ପ୍ରଧାନ ଏବଂ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ କୋଡିଏରୁ ଊର୍ଦ୍ଧ୍ଵ ଅବସରପ୍ରାପ୍ତ ସୈନିକମାନେ ଉପସ୍ଥିତ ରହି ଶହୀଦମାନଙ୍କ ସ୍ମୃତି ଚାରଣ କରିଥିଲେ । ସର୍ବପ୍ରଥମେ କାରଗିଲ୍ ସ୍ମୃତି ପୀଠ ପରିସରରେ ଥିବା ସ୍ମୃତି ସ୍ତମ୍ଭ ନିକଟକୁ ଯାଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି କାରଗିଲ୍ ବିଜୟ ହେଉଛି ଏକ ଐତିହାସିକ ବିଜୟ । ଏହି ଯୁଦ୍ଧରେ ଯେଉଁ ବୀର ପୁରୁଷମାନେ ଦେଶମାତୃ ପାଇଁ ନିଜ ପ୍ରାଣକୁ ଉତ୍ସର୍ଗୀକୃତ କରିଛନ୍ତି ସେମାନଙ୍କ ପାଇଁ ଏ ଦେଶ ଯେତେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ମଧ୍ୟ କମ୍ ହେବ ଏବଂ ସେହି ବୀର ସନ୍ତାନମାନଙ୍କର ପିତାମାତାଙ୍କୁ ଧନ୍ୟ କହିବା ସହିତ କୋଟି କୋଟି ପ୍ରଣାମ ବୋଲି ମତବ୍ଯକ୍ତ କରିଥିଲେ । ସେହିପରି ସ୍ଥାନୀୟ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦର ସମ୍ପାଦକ ତ୍ରିଲୋଚନ ପଣ୍ଡା ମଧ୍ୟ ଶହୀଦ ଜବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ଗଞ୍ଜାମ ଜିଲ୍ଲା ବୁଗୁଡାରୁ ତ୍ରିଲୋଚନ ପଣ୍ଡା।

Leave a Reply

Your email address will not be published. Required fields are marked *