ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଉପରେ ନୟାଗ଼ଡ ଟାଉନ୍

ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଉପରେ ନୟାଗ଼ଡ ଟାଉନ୍ ରେଲୱେ ଷ୍ଟେସନ ରେ ଏକ ମକ୍ ଡ୍ରିଲ୍ ଆୟୋଜିତ।ଟ୍ରେନ୍ ଲାଇନ ଚ୍ୟୁତ୍ କିମ୍ବା ଦୁର୍ଘଟଣା ପରି ଜରୁରୀକାଳୀନ ପରିସ୍ଥିତିରେ ମଣ୍ଡଳର ସମସ୍ତ ବିଭାଗର ପ୍ରସ୍ତୁତି ଯାଞ୍ଚ କରିବାକୁ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ଵାରା ନୟାଗ଼ଡ ଟାଉନ୍ ରେଲୱେ ଷ୍ଟେସନ ରେ ଏକ ମକ୍ ଡ୍ରିଲ୍ ଆୟୋଜନ କରା ଯାଇଥିଲା। ନୟାଗ଼ଡ ଟାଉନ୍ ରେଳ ଷ୍ଟେସନରେ ଏକ ତୀର୍ଥଯାତ୍ରୀ ଟ୍ରେନ୍ ର ଦୁଇଟି କୋଚ ଲାଇନ ଚ୍ୟୁତ୍ ସମୟରେ ବିଭାଗ ଦ୍ୱାରା ନିଆଯାଇଥିବା ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟ ଉପରେ ମକ୍ ଡ୍ରିଲ୍ କରାଯାଇଥିଲା। ପ୍ରକୃତ ସମୟ ଭିତ୍ତିରେ ମଣିଷ ଏବଂ ସାମଗ୍ରୀ ସହିତ ରିଲିଫ୍ ଅପରେସନ୍ କରାଯାଇଥିଲା। ଏହି ମକ୍ ଡ୍ରିଲରେ ଆହତ ତଥା ଫସି ରହିଥିବା ଯାତ୍ରୀଙ୍କୁ ପ୍ରଭାବିତ କୋଚରୁ ବାହାର କରିବା, ଚିକିତ୍ସା, ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର, ଯାତ୍ରୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବା, ଅନୁକଂପା ରାଶି ପ୍ରଦାନ କରିବା, ଯାତ୍ରୀଙ୍କ ଲଗେଜ୍ ଏବଂ ଜିନିଷପତ୍ରର ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଭଳି ଉଦ୍ଧାର କାର୍ଯ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା ଏଥିରେ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି ଯେପରିକି ଲାଇନ ଚ୍ୟୁତ୍ କୋଚ୍ ଗୁଡ଼ିକର ପୁନ ଅବସ୍ଥାପନ, ରେଳ ଟ୍ରାକ୍ ର ଫିଟନେସ୍ ଏବଂ ପ୍ରଭାବିତ ମାର୍ଗରେ ଟ୍ରେନ୍ କାର୍ଯ୍ୟକୁ ସ୍ୱାଭାବିକ କରିବା ଇତ୍ୟାଦି।

ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ଏଚ୍.ଏସ୍.ବାଜୱା, ମକ୍-ଡ୍ରିଲରେ ଅଂଶଗ୍ରହଣ କରି, ଟ୍ରେନ୍ ଲାଇନ ଚ୍ୟୁତ୍ କିମ୍ବା ଦୁର୍ଘଟଣା ପରି ଜରୁରୀକାଳୀନ ପରିସ୍ଥିତିରେ ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟ ପାଇଁ ନିଯକୁ ପ୍ରସ୍ତୁତ ରହିବାକୁ କର୍ମଚାରୀମାନଙ୍କୁ ଅନୁରୋଧ କରିଛନ୍ତି। ଆଉ ମଧ୍ଯ କହିଛନ୍ତି ଯେ, ଏହି ମକ୍ ଡ୍ରିଲ ପ୍ରକୃତ ଦୁର୍ଘଟଣା ସମୟରେ, ପ୍ରକୃତ କାର୍ଯ୍ୟ ପାଇଁ ଏକ ପ୍ରତିକୃତି ଏବଂ ମକ୍ ଡ୍ରିଲ୍ସ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସହିତ ଯୋଗାଯୋଗ ଦକ୍ଷତା ବିକାଶ କରେ। ଖୋର୍ଦ୍ଧା ରୋଡ଼ ମଣ୍ଡଳର ମେଡିକାଲ୍ ଟିମ୍, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍ଡିଆରଏଫ୍) ମୁଣ୍ଡଳି କଟକ, ଓଡିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ୍ ଫୋର୍ସ (ଓଡିଆରଏଫ୍) ଖୋର୍ଦ୍ଧା, ନୟାଗ଼ଡର ଅଗ୍ନିଶମ ବିଭାଗର ଅଧିକାରୀମାନେ, ନୟାଗ଼ଡ ପୋଲିସ ଷ୍ଟେସନର ସ୍ଥାନୀୟ ପୋଲିସ, ରେଲୱେ ପୋଲିସ, ରେଳ ସୁରକ୍ଷା ବଲ, ସିଭିଲ ଡିଫେନ୍ସ, ଖୋର୍ଦ୍ଧା ରୋଡ଼ ସ୍କାଉଟ୍ସ- ଗାଇଡ୍ ଏବଂ ସମସ୍ତ ଶାଖା ଅଧିକାରୀ, ସେମାନଙ୍କ ଦଳ ସହିତ ମକ୍ ଡ୍ରିଲରେ ଅଂଶଗ୍ରହଣ କରିଥିଲେ। ନୟାଗଡ଼ର ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଦିଲୀପ କୁମାର ବଳ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଅନନ୍ୟା ତ୍ରିପାଠୀ ତଥା ନୟାଗଡ଼ ଜିଲ୍ଲାର ଅନ୍ୟ ଅଧିକାରୀ ଏହି ମକ୍ ଡ୍ରିଲରେ, ଉପସ୍ଥିତ ଥିଲେ। ଶ୍ରୀ ଏମ୍ଏନ୍ଏସ୍ ରମେଶ, ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ, ଖୋର୍ଦ୍ଧା ରୋଡ଼ ଙ୍କ ନେତୃତ୍ୱରେ ଏହି ମକ୍ ଡ୍ରିଲ୍ ଆୟୋଜନ କରାଯାଇଥିଲା।