କୃଷି ଯନ୍ତ୍ରପାତି ମେଳା

କାମାକ୍ଷାନଗର କୃଷି ଓ କୃଷକର ବିକାଶ ପାଇଁ ସ୍ଥାନିୟ ସାରଙ୍ଗଧର ଷ୍ଟାଡିୟମ ଠାରେ ଏକ ଉପଖଣ୍ଡସ୍ତରିୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଯାଇଛି।ଏହି ମେଳା ୩ଦିନ ଧରି ଚାଲିବାକୁ ଥିବା ବେଳେ ଏହାର ଊଦେଶ୍ୟ ରହିଛି ଅତ୍ୟାଧୁନିକ ଜ୍ଞାନକୈାଶଳ ମାଧ୍ୟମରେ ଚାଷିମାନେ କିପରି ଅଧିକ ଉତ୍ପାଦନ କରିପାରିବେ।ଜିଲ୍ଲା କୃଷି ଅଧିକାରି ଦିପ୍ତିକାନ୍ତ ରାଉତରାଏଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରି ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ଯନ୍ତ୍ରପାତି କୃଷକ ମାନଙ୍କର ସାମଗ୍ରିକ ଉର୍ନତି ହେବା ସହ କୃଷକର ଆୟକୁ ଦୁଇଗୁଣ କରିପାରିବ ସେ ବିଷୟରେ କହିଥିଲେ।ଏହା ସହ କମ ସମୟରେ ଅଧିକ ଅମଳ ମଧ୍ୟ ହୋଇପାରୁଛି।ଉର୍ନତ ମାନର ଯନ୍ତ୍ରପାତିକୁ ସବୁ ରାଜ୍ୟ ସରକାର ଚାଷି ମାନଙ୍କ ପାଇଁ ରିହାତି ଦରର ମଧ୍ୟ ଯୋଗାଇ ଦେଉଛନ୍ତି।ଯେଉଁ ଚାଷି ମାନେ ଚାଷରୁ ମୁହଁ ଫେରାଉଥିଲେ ଏହି ଯନ୍ତ୍ରପାତି ମିଳିବା ଦ୍ବାରା ସେମାନେ ପୂଣି ଚାଷପ୍ରତି ଆଗ୍ରହ ଦେଖିବାକୁ ମିଳିଲାଣି।
prakash Kumar Patra reporter