ଡ଼ଃ ଶ୍ରୀରାମ ଚନ୍ଦ୍ର ଦାସଙ୍କର ୧୦୫ତମ ଜନ୍ମ ଜୟନ୍ତୀ

ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଡ଼ଃ ଶ୍ରୀରାମ ଚନ୍ଦ୍ର ଦାସଙ୍କର ୧୦୫ତମ ଜନ୍ମଜୟନ୍ତୀ ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ କଲେଜଛକ ସ୍ଥିତ ଶ୍ରୀରାମ ଦାଶ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରମତି ପାରୁଲ ପଟାୱାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଡ଼ଃ ଶ୍ରୀରାମ ଚନ୍ଦ୍ର ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ପୌରପରିଷଦ ଅଧକ୍ଷ୍ୟା ଶ୍ରମତୀ ଅର୍ଚନା ସିଂହ, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ଅଶୋକ କୁମାର କର୍ଣ, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ,ବରିଷ୍ଠ ସହାୟକ ଦୀପକ କୁମାର ପଟନାୟକ , ସାମ୍ବାଦିକ ମନୋଜ କୁମାର ଦାଶ, ସରୋଜ ସାହୁ, ପ୍ରତାପ ସିଂ, ଦୁର୍ଯ୍ୟୋଧନ ମହାରଣା, ସନ୍ତୋଷ ମଲ୍ଲିକ, ସୁଦର୍ଶନ ଦାସ ପ୍ରମୂଖ ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଜଗତସିଂହପୁର ରୁ Ritaସାହୁ reporter