ତ୍ରିପୁରା ରେ କାର୍ଯ୍ୟରତ ଥିବା ଓଡ଼ିଆ ଯବାନ ଈଶ୍ୱର ଚନ୍ଦ୍ର ଦୋରା ସହିଦ

ଗତ ରାତି ରେ ଆସାମ ର ତ୍ରିପୁରା ଠାରେ କାର୍ଯ୍ୟରତ ଅବସ୍ଥାରେ ଓଡ଼ିଆ ଯବାନଙ୍କ ସହିଦ ହୋଇଯାଇଛନ୍ତି । ସହିଦ ଯବାନ ଙ୍କ ନାଁ ଈଶ୍ୱର ଚନ୍ଦ୍ର ଦୋରା ଓ ତାଙ୍କ ବୟସ ୪୦ ବୋଲି ଜଣାପଡିଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡିରେ ତାଙ୍କ ଘର। ଦୁଃଖର ଖବର ଶୁଣିବା ପରେ ତାଙ୍କ ପରିବାର ରେ ଶୋକର ଛାୟା ଖେଳିଯାଇଛି । ସେ 2009 ମସିହା ରେ ଚାକିରୀ ପାଇଥିଲେ ଏବଂ 2013 ରୁ ଓଡ଼ିଶା ବାହାରେ ରହୁଥିଲେ । ପରିବାର ରେ ତାଙ୍କ ମା, ବାପା , ଦୁଇ ଭାଇ ,ଦୁଇ ଭାଉଜ ଙ୍କ ବ୍ୟତୀତ ତାଙ୍କ ସ୍ତ୍ରୀ ଏବଂ 5 ପାଞ୍ଚ ବର୍ଷର ଗୋଟେ ଝିଅ ଅଛି ।ଶେଷ ଥର ପାଇଁ ସେ ଗତକାଲି ରାତି ଆଠ ଟା ରେ ଫୋନ ଯୋଗେ ଘର ଲୋକଙ୍କ ସହ କଥା ହୋଇଥିଲେ । ଶୁକ୍ରବାର ସକାଳ ଆଠ ଟା ରେ ତାଙ୍କ ଅଫିସ ରୁ ଘର ଲୋକଙ୍କୁ ଈଶ୍ୱର ଆଉ ନାହାନ୍ତି ବୋଲି ଖବର ଦିଆଯାଇଥିଲା ।ତାଙ୍କ ଦେହରେ ଗୁଳି ବାଜିଛି ଏବଂ ସେ ପାଣି ଭିତରେ ପଡ଼ି ମୃତ୍ୟୁବରଣ କରିଛନ୍ତି ବୋଲି କମାଣ୍ଡେଣ୍ଡ ଫୋନ କରି କହିଥିଲେ କହିଛନ୍ତି ପରିବାର ବର୍ଗ ତରଫ ରୁ ଯାହା ସୂଚନା ମିଳିଛି । ଶବ ବ୍ୟବଚ୍ଛେଦ ପରେ ଘର ଲୋକଙ୍କୁ ପୁଣି ଖବର ଦିଆ ଯିବ ବୋଲି କୁହା ଯାଇଥିଲା। ଶବ କେତେବେଳେ ଆସିବ ସେ ନେଇ କୌଣସି ସୂଚନା ବର୍ତମାନ ପର୍ଯ୍ୟନ୍ତ ଦିଆଯାଇ ନାହିଁ ବୋଲି ଜଣାଇଛନ୍ତି ।ବୀର ଯବାନ ଙ୍କୁ ହରାଇ ସାରା ଗାଁ ଆଜି ଶୋକାକୁଳ ହୋଇଯାଇଛି ।ପରିବାର ବର୍ଗ ଓ ଆତ୍ମୀୟ ମାନେ ଦୁଃଖ ରେ ଭାଙ୍ଗି ପଡିଛନ୍ତି ।

କେସିଙ୍ଗା ମହେଶ୍ୱର ମାଝୀ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ୍।

Leave a Reply

Your email address will not be published. Required fields are marked *