ବିନୟ ହତ୍ୟାକାରି ଅଭିଯୁକ୍ତଙ୍କୁ ଧରିଲା ଚାନ୍ଦିଲି ଥାନା ପୋଲିସ

ବିନୟ ହତ୍ୟାକାରି ଅଭିଯୁକ୍ତଙ୍କୁ ଧରିଲା ଚାନ୍ଦିଲି ଥାନା ପୋଲିସ କୋଲନରାତା ୧୮-୧୧-୨୩ ରାୟଗଡା ବ୍ଲକ ଅନ୍ତର୍ଗତ କତ୍ତପେଟା ପଞ୍ଚାୟତର ସାଇପ୍ରୀୟା ନଗର ୧୦ମ ଗଳିରେ ଥିବା କୁକୁଡ଼ା ଫାର୍ମ ନିକଟରେ ଗତ ୧୬ତାରିଖରେ ସକାଳେ ବିନୟ ପାଲଙ୍କ ରକ୍ତ ଜୁଡୁବୁଡୁ କ୍ଷତାକ୍ତ ମର ଶରୀର ପଡିଥିବାର ତାଙ୍କର ଜଣେ ସଂପର୍କୀୟପୁତୁରା ଖବର କରିଥଲେ । ପ୍ରକାଶ ଥାଉକି ବିନୟ ପାଲଙ୍କ ନିଜଘର ପୁଟା ସିଂ ଥାନଅନ୍ତର୍ଗତ ଭୀମପୁର ଗ୍ରାମରେ ।ସେ ୧୦ବର୍ଷ ଧରି ତୁମ୍ବି ଗୁଡା ଗ୍ରାମରେ ଭଡ଼ା ଘରେ ନିଜ ସ୍ତ୍ରୀ ସୁନେତୀ ପାଲ ଓ ଆଠ ମାସର ଶିଶୁ ସହ ରହି ଆସୁଥିଲେ । ପ୍ରତିଦିନ ପରି ସେ କାମକରୁଥିବା ଏମ ଜି ଢାବାକୁ ୧୫ ତାରିଖରେ କାମ କରିବା ପାଇଁ ଯାଇ ଆଉ ଘରକୁ ଫେରି ନଥିଲେ । ତାଙ୍କ ଫେରିବାର ବିଳମ୍ବ ଦେଖି ତାଙ୍କ ସ୍ତ୍ରୀ ନିଜ ପୁତୁରାକୁ ପଠାଇ ଖୋଜିବାକୁ କହିଥିଲେ । ଏହି ଅଘଟଣ ଖବର ପାଇ ଭୀମପୁର ଗ୍ରାମର ବିନୟ ପାଲଙ୍କ ବାପା ରଜନୀକାନ୍ତ ପାଲ ତାଙ୍କ ପୁଅକୁ କେହି ମାରି ଦେଇଛନ୍ତି ବୋଲି ଚାନ୍ଦିଲି ଥାନାରେ ଚଳିତ ମାସ ୧୬ତାରିଖରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଆଧାରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ଵାବଧାନରେ ଗଠିତ ଏକ ସ୍ଵତନ୍ତ୍ର ଦଳ ଅଭିଯୁକ୍ତ ଖଲିଗୁଡା ଗ୍ରାମର ଗର୍ବାପୋ କାର୍ତ୍ତିକ ବୟସ ୨୨ ଓ ମୃତ ବିନୟଙ୍କ ସ୍ତ୍ରୀ ସୁନେତି ପାଲଙ୍କୁ ଅଟକ ରଖି ପଚରାଉଚରା କରି ପ୍ରାଥମିକ ତଦନ୍ତରୁ ଜାଣିପାରିଛନ୍ତି କି ସ୍ତ୍ରୀ ସୁନେତି ଓ କାର୍ତ୍ତିକ ଏହି ହତ୍ୟା ଷଡଯନ୍ତ୍ର ସହ ଜଡ଼ିତ ଅଛନ୍ତି। ଆଇ ପି ସି ଧାରା ୩୦୨ /୨୦୧/୧୨୦- B/୩୪ଦଫା ଲଗାଇ ତଦନ୍ତ ଜାରି ରହିଛି ବୋଲି ଚାନ୍ଦିଲି ଥାନା ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ବେହେରା ବିଭାଗୀୟ ସାକ୍ଷାତ କାରରେ କହିଛନ୍ତି । ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା ।