ଓଡ଼ିଆ ଭାଷା ବୃତ୍ତି ପ୍ରମାଣ ପତ୍ର”ପ୍ରଦାନ ଉତ୍ସବ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ସରକାରୀ ଉଚ୍ଚ ବିଦ୍ୟାଳୟ ପିଙ୍ଗୁଆ ରେ “ଓଡ଼ିଆ ଭାଷା ବୃତ୍ତି ପ୍ରମାଣ ପତ୍ର”ପ୍ରଦାନ ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନଭେମ୍ବର ମାସର ୧୮ତାରିଖ ରେ ସ୍ମାର୍ଟ କ୍ଲାସ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ବିଜୟ କୁମାର ସାମଲ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅତିଥି ଶିକ୍ଷକ ପ୍ରକୃତିବନ୍ଧୁ ହରିହର ସାହୁ, ଶିକ୍ଷକ ପ୍ରକାଶ ବାରିକ, ଶ୍ରୀକାନ୍ତ ନାୟକ,ତରୁଣ ବାରିକ, ଶିକ୍ଷୟିତ୍ରୀ ପଦ୍ମିନୀ ତରାଇ, ସ୍ୱାଗତିକା ବେହେରା, ଲିଜା ଦଳେଇ, ମିନତି ସାହୁ, ମାଳତୀ ବେହେରା, କାର୍ଯ୍ୟାଳୟ ସହାୟକ ହୃଷୀକେଶ ଦାସ ଉପସ୍ଥିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଭାଷା ବୃତ୍ତି ଉପରେ ଆଲୋଚନା କରିଥିଲେ।

ଏହି ମହାନ କାର୍ଯ୍ୟକ୍ରମ ରେ ପିଙ୍ଗୁଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ଛାତ୍ର ଅଭିଷେକ ଗାହନ୍ ଙ୍କ ପିତା ବିଜୟ କୁମାର ଗାହନ୍ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ପ୍ରମାଣ ପତ୍ର ସହ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ପୁରସ୍କାର ପ୍ରାପ୍ତ ଛାତ୍ର ବିଦ୍ୟାଳୟ ରେ ଉପସ୍ଥିତ ହୋଇ ନଥିବାରୁ ତାଙ୍କ ପିତାଙ୍କୁ ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଂଗ୍ରାମ କେଶରୀ ଚାନ୍ଦ ଓ ବରିଷ୍ଠ ଶିକ୍ଷକ ଶ୍ରୀ ସାମଲ ପ୍ରଦାନ କରିଥିଲେ। ଅତିଥି ଶିକ୍ଷକ ପ୍ରକୃତିବନ୍ଧୁ ଶ୍ରୀ ସାହୁ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ।