ରାସ୍ତା ମରାମତି ଦାବିରେ କଂଗ୍ରେସର ଜାତୀୟ ରାଜପଥ ଅବରୋଧ

ରାୟଗଡା ତା୧୯-୧୧-୨୩ ଥେରୁବାଲି ପର୍ଯ୍ୟନ୍ତ ଯାଇଥିବା ୩୨୬ନମ୍ବର ଜାତୀୟ ରାଜପଥ ମରଣ ଯନ୍ତା ପାଲଟିଛି । ରାସ୍ତା ମରାମତି ପାଇଁ ବାରମ୍ବାର ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବିଭାଗ କର୍ଣ୍ଣପାତ କରିନଥିଲେ ।ଏହାର ପ୍ରତିବାଦରେ ରାୟଗଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜେକେପୁର ଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଫଳରେ ଶହ ଶହ ଗାଡି ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଥିଲା । ଘଟଣା ସ୍ଥଳରେ ରାୟଗଡା ତହସିଲଦାର ଓ ଜାତୀୟ ରାଜପଥ ବିଭାଗୀୟ ଯନ୍ତ୍ରୀ ପହଞ୍ଚି ଅବରୋଧକାରୀ ଜନସାଧାରଣଙ୍କୁ ବୁଝା ସୁଝା କରିଥିଲେ । ଜାତୀୟ ରାଜପଥ ମରାମତି କାର୍ଯ୍ୟ ଏକ ସପ୍ତାହ ମଧ୍ୟରେ ଆରମ୍ଭ କରାଯିବାର ନିର୍ଭର ପ୍ରତିଶ୍ରୁତି ପାଇବା ପରେ ରାସ୍ତା ଅବରୋଧ ହଟିଥିଲା । କଂଗ୍ରେସ ଦଳର ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଶ୍ରୀ ଦୁର୍ଗା ପଣ୍ଡା, କୋରାପୁଟ ଲୋକସଭା ସାଂସଦଙ୍କ ପ୍ରତିନିଧି ଶ୍ରୀ ଜିଭିତେଶ୍ୱର ରାଓ , ଯୁବନେତା ଆପଲ ସ୍ବାମୀ କାଡ୍ରାକା ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ ।
ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା