ଚିର ନିଦ୍ରାରେ ଗଣମାଧ୍ୟମ ଜଗତର ଶତାୟୁ ପୁରୁଷ ଗୋଲଖ ସୂତାର ।

ମାହାଙ୍ଗା: ୨୮/୭ – ରାଜ୍ୟର ଜଣେ ଖ୍ୟାତନାମା ସାମ୍ବାଦିକ, ଯଶସ୍ବୀ ପୁରୁଷ, ଗ୍ରାମାଞ୍ଚଳର ପତ୍ରକାର ମାନଙ୍କପାଇଁ ଗଣମାଧ୍ୟମର ଗୁରୁତ୍ୱକୁ ବ୍ୟାପକ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଆସୁଥିବା ବର୍ଷିୟାନ ସାମ୍ବାଦିକ ଗୋଲଖ ସୂତାରଙ୍କ ପରଲୋକ ଘଟିଛି । କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାନିଆଜପୁର ଗାଁ’ରେ ଥିବା ତାଙ୍କ ପୈତୃକ ବାସଭବନରେ ବୁଧବାର ଭୋରୁ ଏହି ଶତାୟୁ ପୁରୁଷଙ୍କ ଦେହାନ୍ତ ଘଟିବା ଖବର ପ୍ରସାରିତ ହେବାପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସ୍ୱାଧୀନତା ପୂର୍ବରୁ ସାମ୍ବାଦିକତା କ୍ଷେତ୍ରରେ ପାଦଦେଇଥିବା ସ୍ବର୍ଗତ ଗୋଲଖ ଚନ୍ଦ୍ର ଅତ୍ୟନ୍ତ ନିର୍ଭୀକ ଓ ନିଷ୍ଠାପର ଭାବରେ ଲେଖନୀ ଚାଳନା କରି ପ୍ରଶାସନର ନିଦ ହଜେଇ ଦେଇଥିଲେ । ସକରାତ୍ମକ ସମ୍ବାଦ ପରିବେଷଣ ଉପରେ ସେ ସବୁବେଳେ ଗୁରୁତ୍ୱଦେଇଆସୁଥିଲେ। ଏହି ଦିବଂଗତ ପୁରୁଷଙ୍କ ବିୟୋଗରେ ମାହାଙ୍ଗାର ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି । ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ଚନ୍ଦ୍ରସାରଥୀ ବେହେରା,ପୂର୍ବତନ ବିଧାୟକ ପ୍ରକାଶ ବେହେରା, ବିଧାୟକ ପ୍ରଶାନ୍ତ ବେହେରା,ଆରଡିସି ଅନିଲ ସାମଲ,ପ୍ରଶାସନିକ ଅଧିକାରୀ, ଜୟନ୍ତ ଦାସ,ମାହାଙ୍ଗା ବ୍ଲକ ଚେୟାରମ୍ୟାନ ଶରତ ନାୟକ, ନିଶ୍ଚିନ୍ତକୋଇଲି ବ୍ଲକ ଚେୟାରମ୍ୟାନ ସବିତା ଓଝା, ଯୁବନେତା ଅଶୋକ ଓଝା, ସମାଜସେବୀ ଚିତ୍ତରଞ୍ଜନ ମହାପାତ୍ର, ସରପଞ୍ଚ ଚିତ୍ତରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ସୁମନ୍ତ କୁମାର ଜେନା, କଟକ ଜିଲ୍ଲା ଏସୟୁଜେ ସଭାପତି ସାମ୍ବାଦିକ ଅଖିଳେଶ ମହାନ୍ତି,ବରିଷ୍ଠ ସାମ୍ବାଦିକ ଅଭୟ ଜେନା, ଅକ୍ଷୟ ଦାଶ, ରତ୍ନାକର ବାରିକ,ବିବେକାନନ୍ଦ ଦାଶ, ବିଜୟ ଜେନା, ରଶ୍ମି ରଞ୍ଜନ ମହାନ୍ତି,ବଲ୍ଲଭ ପଲେଇ,ସୁବାଶିଷ ବସନ୍ତରାୟ, ଅମର ସିଂ,ଯଯାତି ସିଂ, ଅଚ୍ୟୁତାନନ୍ଦ ନାୟକ,କ୍ଷୀରୋଦ ବେହେରା, ଦିବାକର ରାଉତ, ମହେଶ୍ୱର ବେହେରା, ତୁଷାର ନାୟକ, ହେମନ୍ତ ଦାସ, ହରିହର ସାହୁ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବାସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଏହି ଶତାୟୁ ପୁରୁଷଙ୍କ ଅନ୍ତିମ ସଂସ୍କାର ଗ୍ରାମ୍ୟ ଶ୍ମଶାନରେ ସମ୍ପନ୍ନ ହୋଇଥିଲା ବେଳେ, ପୁତ୍ର ବିକ୍ରମ ସୂତାର ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *